ଚୋର ଗ୍ୟାଙ୍ଗର ୨ ଗିରଫ, ଲାପ୍‌ଟପ୍ ଓ ଗ୍ୟାସ୍‌ ସିଲିଣ୍ଡର ଜବତ

Advertisment
ଚୋର ଗ୍ୟାଙ୍ଗର ୨ ଗିରଫ, ଲାପ୍‌ଟପ୍ ଓ ଗ୍ୟାସ୍‌ ସିଲିଣ୍ଡର ଜବତ

ରାଉରକେଲା: ଆର୍‌ଏସ୍‌ପି କ୍ବାର୍ଟସ୍‌ରୁ ଚୋରି କରୁଥିବା ଚୋର ଗ୍ୟାଙ୍ଗର ଦୁଇଜଣକୁ ସେକ୍ଟର-୧୫ ପୁଲିସ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସେକ୍ଟର-୧୬ ଶାନ୍ତି ବସ୍ତିର ଅର୍ଜୁନ ସୁନା, ସେକ୍ଟର-୧୭ ଡି ବ୍ଲକର ନିରଞ୍ଜନ ପାଲାଡୋ। ଏମାନଙ୍କ ନିକଟରୁ ଲାପ୍‌ଟପ୍‌, ସିଲିଣ୍ଡର ଗ୍ୟାସ୍‌ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଗତ କିଛି ଦିନ ହେବ ଗିରଫ ଦୁଇ ଅଭିଯୁକ୍ତ ସମେତ ଅନ୍ୟ କିଛି ଯୁବକ ବନ୍ଦ ଥିବା ଆର୍‌ଏସ୍‌ପି କ୍ବାର୍ଟର୍ସକୁ ଟାର୍ଗେଟ କରୁଥିଲେ। କ୍ବାର୍ଟର୍ସର ପଛପାର୍ଶ୍ବ ଝରକା ଭାଙ୍ଗି ପଶୁଥିଲେ। ଚୋରି କରି ଚମ୍ପଟ ମାରୁଥିଲେ। ଗତ କିଛି ଦିନ ତଳେ ସେକ୍ଟର-୧୭, ଏ -୩୦୦ କ୍ବାର୍ଟର୍ସରେ ପଶି ଦୁଇଟି ସିଲିଣ୍ଡର ଗ୍ୟାସ, ଲାପ୍‌ଟପ୍‌ ଚୋରି କରିଥିଲେ। ଚୋରି ସିଲିଣ୍ଡରକୁ ବିକିବାକୁ ଗ୍ରାହକ ଖୋଜୁଥିବାବେ‌ଳେ ପୁଲିସ ଦୁଇଜଣଙ୍କୁ କାବୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe