୨୯ବର୍ଷ ପରେ ୫୦ଲକ୍ଷ ସରକାରୀ ଅର୍ଥ ଆତ୍ମସାତ୍ ମାମଲାର ରାୟ ପ୍ରକାଶ, ଅଭିଯୁକ୍ତଙ୍କୁ ୨ବର୍ଷର ସଶ୍ରମ କାରାଦଣ୍ଡାଦେଶ

୨୯ବର୍ଷ ପରେ ୫୦ଲକ୍ଷ ସରକାରୀ ଅର୍ଥ ଆତ୍ମସାତ୍ ମାମଲାର ରାୟ ପ୍ରକାଶ, ଅଭିଯୁକ୍ତଙ୍କୁ ୨ବର୍ଷର ସଶ୍ରମ କାରାଦଣ୍ଡାଦେଶ

Image Courtesy of The New Indian Express

ଜୟପୁର: ୧୯୮୯ ମସିହାରୁ ୧୯୯୦ ମସିହା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଠାରେ ଥିବା ବନ ଉନ୍ନୟନ ନିଗମ (ଓଏଫଡିସି)ରେ ହୋଇଥିବା ୫୦ ଲକ୍ଷ ୭ ହଜାର ୩୩୭ ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍ ମାମଲାର ରାୟ ଶୁଣାଇଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍। ଏହି ମାମଲାରେ ଅଭିଯୁକ୍ତ ଥିବା ପୂର୍ବତନ ଏସଏସଏମ ତଥା ଏସଡିଏମ ସୁଧାଂଶୁ ଶେଖର ମିଶ୍ର ଓ ପୂର୍ବତନ ସହକାରୀ ସୁପରଭାଇଜର ଅମର ଜୁସ୍ ଦୁଃଖୁଙ୍କୁ ୨ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା। ଏହା ସହ ୫ହଜାର ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ୨୯ ବର୍ଷ ତଳେ ରୁଜୁ ହୋଇଥିବା ଏହି ମାମଲାରେ ଜଡ଼ିତ ଥିବା ଅନ୍ୟ ସହ ଅଭିଯୁକ୍ତ ଥିବା ଡିକେ ଚୌଧୁରୀଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି। ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଠାରେ ଥିବା ଓଡିଶା ବନଉନ୍ନୟନ ନିଗମରେ ଗତ ୩୦.୯.୧୯୮୯ ମସିହାରୁ ୩୦.୯.୧୯୯୦ ମସିହା ପର୍ଯ୍ୟନ୍ତ ଏସଏସଏମ ତଥା ଏସଡିଏମ ଭାବେ ସୁଧାଂଶୁ ଶେଖର ମିଶ୍ର ଓ ସହକାରୀ ସୁପରଭାଇଜର ଅମର ଜୁସ୍ ଦୁଃଖୁ ଓ ଡିକେ ଚୌଧୁରୀ କାର୍ଯ୍ୟରତ ଥିଲେ।

ଏହି ସମୟରେ ବନ ଉନ୍ନୟନ ନିଗମ ନିକଟରେ ଜମା ହୋଇଥିବା ହୋଇଥିବା ୫୦ ଲକ୍ଷ ୭ ହଜାର ୩୩୭ ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍ ଟଙ୍କା ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ମାମଲାର ଯାଞ୍ଚ କରି ଗତ ୧୧.୧.୧୯୯୨ ମସିହାରେ ମାମଲା ରୁଜୁ କରିଥିଲେ। ତେବେ ଏହି ମାମଲାରେ ଡିକେ ଚୌଧୁରୀଙ୍କ ବିରୋଧରେ ସାକ୍ଷ୍ୟ ପ୍ରମାଣ ମିଳିନଥିବାରୁ ତାଙ୍କୁ ନିର୍ଦୋଶରେ ଖଲାସ କରିଥିଲେ ସ୍ବତନ୍ତ୍ର ଭିଜିଲାନସ୍ ଜଜ୍। ଅନ୍ୟ ପକ୍ଷରେ ଅଭିଯୁକ୍ତ ଦ୍ବୟ ପୂର୍ବତନ ଏସଏସଏମ ତଥା ଏସଡିଏମ ସୁଧାଂଶୁ ଶେଖର ମିଶ୍ର ଓ ପୂର୍ବତନ ସହକାରୀ ସୁପରଭାଇଜର ଅମର ଜୁସ୍ ଦୁଃଖୁଙ୍କୁ ୨ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହ ୫ହଜାର ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ୩ମାସ ସଶ୍ରମକାରାଦଣ୍ଡରେ ଦଣ୍ଡିତ ହେବାକୁ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଏମ୍. ବାଲାଜୀ ରାଓ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe