ଦୁଇଦିନିଆ ଲୋକ ମହୋତ୍ସବ ଉଦ୍‌ଘାଟିତ

Advertisment

ମନ ମୋହିଲା ଗୋଟିପୁଅ, ରଣପା

ମନ ମୋହିଲା ଗୋଟିପୁଅ, ରଣପା

ଦୁଇଦିନିଆ ଲୋକ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ବର: ‘କଳାଞ୍ଜଳି ଆର୍ଟିଷ୍ଟ ଟ୍ରଷ୍ଟ୍‌’ ପକ୍ଷରୁ ଦୁଇଦିନିଆ ‘ଲୋକ ମହୋତ୍ସବ’ ଆଜି ସନ୍ଧ୍ୟା‌ରେ ଉତ୍କଳ ମଣ୍ଡପରେ ଉଦ୍‌ଘାଟିତ ହୋଇଯାଇଛି। ସମୃଦ୍ଧ କଳାରେ ପରିପୂର୍ଣ୍ଣ ଉତ୍କଳ ଭୂମିରେ ଲୋକକଳାର ବିକାଶ ନିମନ୍ତେ ଅନୁଷ୍ଠାନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ଏଥି‌ରେ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ, ଗୋଟିପୁଅ, ରଣପା ନୃତ୍ୟ ଦେଖିବାକୁ ମିଳିଥିଲା। ସେହିପରି ରାମ୍ପ୍‌ ସୋ’ରେ ସମ୍ବଲପୁରୀ ନୃତ୍ୟ ସହ ଆଦିବାସୀଙ୍କ ଅଳଙ୍କାର ଫ୍ୟାସନ୍‌ ସୋ’ ମନମୁଗ୍ଧକର ଥିଲା। କାର୍ଯ୍ୟକ୍ରମକୁ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍‌ଘାଟନ କରିଥିବା ବେଳେ ସାଂସଦ ତଥା ଅଭିନେତା ପ୍ରଶାନ୍ତ ନନ୍ଦ ମୁଖ୍ୟବକ୍ତା, କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଓ ଗୁରୁ ଗଜେନ୍ଦ୍ର ପଣ୍ଡା ଏବଂ ବାଇଲଡ଼ୁ ପାଣିଗ୍ରାହୀ, ଓଲିଉଡ୍‌ ଅଭିନେତା ଶ୍ରୀତମ ଦାସ, ହର ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଦ୍ୱିତୀୟ ଅଧିବେଶନରେ ବିଏମ୍‌ସି ମେୟର ସୁଲୋଚନା ଦାସ ମୁଖ୍ୟଅତିଥି, ବ୍ରହ୍ମପୁର ମେୟର୍‌ ସଂଘମିତ୍ରା ଦଳାଇ ମୁଖ୍ୟବକ୍ତା ଏବଂ ବିଏମ୍‌ସି ଡେପୁଟି ମେୟର ମଞ୍ଜୁଲତା କହଁର, ବ୍ରହ୍ମପୁର ଡେପୁଟି ମେୟର୍‌ ବିବେକ ରେଡ୍ଡୀ, ମହାନ ସଂଘର ପ୍ରତିଷ୍ଠାତା ସୁଶାନ୍ତ ସାବତ, ଶୁଶ୍ରୂତ ହସ୍ପିଟାଲ୍‌ର ସିଇଓ ଚିଦାତ୍ମିକା ଖଟୁଆ, ଗୁରୁପଦ ବଳିଆରସିଂହ, ବିଶିଷ୍ଟ ଓଡ଼ିଶୀ ଭୋକାଲ ଗୁରୁ ସଂଗୀତ ଗୋସାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ଲୋକକଳା ଉପରେ ଆଲୋଚନା କରିଥିଲେ। ଏହାସହ ‘ଓଡ଼ିଆ ଚଳଚ୍ଚିତ୍ରରେ ଲୋକନୃତ୍ୟ’ ଶୀର୍ଷକକୁ ନେଇ ଏକ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମକୁ କଳାଞ୍ଜଳି ଟ୍ରଷ୍ଟର ପ୍ରତିଷ୍ଠାତା ରାମେଶ୍ୱରୀ ନନ୍ଦ ପରିଚାଳନା କରିଥିଲେ। କ୍ରମଶଃ ଲୋପ ପାଇ ଯାଉଥିବା ଲୋକକଳାର ବିକାଶ ନିମନ୍ତେ ଟ୍ରଷ୍ଟ ପକ୍ଷରୁ ଆଗାମୀ ଦିନରେ ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଟ୍ରଷ୍ଟର କୋଷାଧ୍ୟକ୍ଷ ଅର୍ଦ୍ଧେନ୍ଦୁ ଶେଖର ପାଣିଗ୍ରାହୀଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe