Advertisment

ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଯାପିତ

Advertisment
ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଯାପିତ
ଘୁ. ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ବାଲିଗୁଡ଼ା ଏନଏସି, ଘୁମୁସର ଉଦୟଗିରି ଏନଏସି ଓ ଫୁଲବାଣୀ ପୌର ପରିଷଦର ମିସନ ଶକ୍ତି ସଦସ୍ୟାମାନଙ୍କ ପାଇଁ ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ’  (ମୁକ୍ତା) ଯୋଜନା ସମ୍ବନ୍ଧିତ ଦୁଇଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉକ୍ତ ଯୋଜନା ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସଶକ୍ତୀକରଣ କରିବା, ଶ୍ରମଭିତିକ କର୍ମନିଯୁକ୍ତି ସୃଷ୍ଟି କରିବା ସହ ମିସନ ଶକ୍ତି ଗୋଷ୍ଠୀଗୁଡ଼ିକ କିପରି ଉପକୃତ ହୋଇପାରିବେ ଓ ନିଜ ପରିବେଶକୁ ସରସ ସୁନ୍ଦର କରିବା ପାଇଁ ସରକାରଙ୍କ  ଲକ୍ଷ୍ୟ ରହିଛି।
ଦୁଇ ଦିନିଆ ଏହି ପ୍ରଶିକ୍ଷଣ ଶିବିରରେ ମୁକ୍ତା ଯୋଜନା ସଂଯୋଜକ ଓ ମିସନ ଶକ୍ତି ସଦସ୍ୟାମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବୁଧବାର ଦିନ କାର୍ଯ୍ୟ ସମ୍ପାଦନ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଗୁରବାର ଦିନ ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ୱାର୍ଡ଼ ରେ ମୁକ୍ତା ଯୋଜନା ମାଧ୍ୟମରେ ମିସନ ଶକ୍ତି ଗ୍ରୁପ୍ ଦ୍ଵାରା  ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିବା ସହ କିପରି ସହଜ ସରଳ ଭାବେ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ କରାଯାଇଛି ତାହା ଅନୁଧ୍ୟାନ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe