ଭଦ୍ରକ: ଚରମ୍ପା ବଜାରରେ ସିରିଜ୍‌ ଦୁର୍ଘଟଣା,୨ ମୃତ, ୨ ଗୁରୁତର

Advertisment
ମୟୁରଭଞ୍ଜ: ସଡ଼କ ଦୁର୍ଘଟଣାରେ ୨ ଭଉଣୀ ସମେତ ୩ ମୃତ

ଭଦ୍ରକ: ଆଜି ସକାଳେ ଭଦ୍ରକ ଜିଲ୍ଲା ଚରମ୍ପା ବଜାର ଉପରେ ଆ୍ୟଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ) ପକ୍ଷରୁ ଗାଡ଼ି ଚେକିଂ ସିରିଜ ଦୁର୍ଘଟରା ଘଟି ୨ ଜଣଙ୍କର ମୃତ୍ୟୁ ଘଟଇଛି। ଏଥିରେ ଅନ୍ୟ ଦୁଇଝର ଗୁରୁତର ଭାବେ ଆହତ ହୋଇଛନ୍ତି। ଫଳରେ ଘଟଣାରସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଗୁରୁତରଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଚରମ୍ପା ଛକରେ ଭଦ୍ରକ ଆରଟିଓଙ୍କ ପକ୍ଷରୁ ଗାଡ଼ି ଚେକିଂ କରାଯାଉଥିଲା ଆରଟିଓ ଅଫିସର କର୍ମଚାରୀମାନେ ଗାଡ଼ି ଅଟକାଇ କାଗଜପତ୍ର ତନଖି କରୁଥିଲେ। ଏହି ସମୟରେ ଗୋଟିଏ ଗାଡ଼ି  ଦୃତଗତିରେ ଆସି ଆରଟିଓ ଅଫିସର ଜିପ୍‌ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ଟ୍ରକ୍‌୍‌ର ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ  ଟ୍ରକ୍‌ଟି  ହୋମ୍‌ଗାର୍ଡ଼ ଅକ୍ଷୟ ଉପାଦ୍ରଙ୍କ ଉପରେ ମଧ୍ୟ ଚଢ଼ିଯାଇଥିଲା। ଫଳରେ ତାଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ସମୟରେ ପଛକୁ ପଛ ଆସୁଥିବା ଗାଡ଼ିଗୁଡ଼ିକ ପରସ୍ପର ସହିତ ବାଡେଇ ହୋଇଯିବାରୁ ଅନ୍ୟ  ୨ଟି ଟ୍ରକ୍‌ର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଚରମ୍ପା ବଜାରରେ ଉତ୍ତେଜନା ଦେଖା ଦେଇଥିବା ବେଳେ  ଆରଟିଓ ଅଫିସର କର୍ମଚାରୀମାନେ ଘଟଣାସ୍ଥଳ ଛାଡ଼ି ଚାଲିଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe