Dailyhunt
ଭଦ୍ରକ: ଗୋଟିଏ ଦିନରେ ଭଦ୍ରକ ଜିଲ୍ଲାରେ ଜଣେ ମହିଳା ଓ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି। ଭଦ୍ରକର ଉପରବାଗୁରଠାରେ ରାଳିଆ ଫିସରୀ ବନ୍ଧରେ ଥିବା ଏକ ପୋଖରୀରେ ଶନିବାର ଜଣେ ଅଚିହ୍ନା ମହିଳାଙ୍କ ଶବ ଭାସୁଥିବା ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ। ଏହାପରେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ଏବଂ ଗ୍ରାମାଞ୍ଚଳ ଥାନା ପୁଲିସ ଏହାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ସେହିପରି ଭଦ୍ରକ ସହରର କୁଆଁଶା ଗ୍ରାମରେ ଥିବା ଏକ ସେଲୁନ୍ ଦୋକାନ ଭିତରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି। ଏହି ବ୍ୟକ୍ତିଙ୍କ ନାମ ସୁରେଶ ବାରିକ (୫୫)ବୋଲି ଜଣାପଡ଼ିଛି। ସୁରେଶଙ୍କ ଝୁଲନ୍ତା ଶବ ସମ୍ପର୍କରେ ଖବର ପାଇ ଭଦ୍ରକ ଟାଉନ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଋଣଗ୍ରସ୍ତ ସୁରେଶ ଋଣ ସୁଝି ନପାରି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।
Follow Us