ପୋଖରୀରେ ବୁଡି ଆଇ ନାତୁଣୀ ମୃତ 

Advertisment
ବିଷ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

sisat

ବାଂଶପାଳ : ପୋଖରୀ ରେ ବୁଡି ଆଇ ଓ ନାତୁଣୀ ମୃତ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ ଭେଜିଡିହି ଗ୍ରାମରେ। ଆଜି ଗ୍ରାମର ଅମିନ ଡାଙ୍ଗୁଆ ଙ୍କ ମା ଅମୃତି ଡାଙ୍ଗୁଆ (୬୨) ଓ ଝିଅ ପୂଜା ଡାଙ୍ଗୁଆ (୧୦) ଆଜି ଅପରାହ୍ନରେ ଘର ପାଖ ପୋଖରି କୁ ସାଙ୍ଗ ହୋଇ ଗାଧୋଇବା କୁ ଯାଇଥିଲେ।ପୋଖରୀରେ ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ପୋଖରୀ ରେ ବୁଡି ଯାଇଥିଲେ ଆଇ ନାତୁଣୀ।ପରିବାର ଲୋକେ ବହୁ ସମୟ ଖୋଜା ଖୋଜି କରି ନପାଇବାରୁ ପୋଖରୀ ଭିତରେ ଖୋଜାଖୋଜି କରିଥିଲେ ।

ପରେ ଉଭୟ ଙ୍କୁ ପୋଖରୀ ଭିତରୁ ଉଦ୍ଧାର କରିଥିଲେ।ଏବଂ ପୁଲିସ କୁ ଖବର ଦେଇଥିଲେ।ନୟାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଙ୍କ ମୃତ ଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ମେଡିକାଲ କୁ ପଠାଇଛି। ଆଇ ନାତୁଣୀ ଙ୍କ ମୃତ୍ୟୁ କୁ ନେଇ ପରିବାର ଲୋକେ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe