ବିଦ୍ୟୁତ ଖୁଣ୍ଟିରେ ପିଟିହେଲା ବାଇକ, ଦୁଇ ମୃତ

Advertisment
ବିଦ୍ୟୁତ ଖୁଣ୍ଟିରେ ପିଟିହେଲା ବାଇକ, ଦୁଇ ମୃତ

ରାଉରକେଲା: ଟିକାୟତପାଲି ଥାନା ଅନ୍ତର୍ଗତ ନାଗାଡିହି ଗ୍ରାମ ନିକଟରେ ଆଜି ଅପରାହ୍ନ ୩ଟାରେ ଏକ ବାଇକ୍‌ ଦୁର୍ଘଟଣାରେ ଦୁଇଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ସେମାନେ ହେଲେ ଟିକାୟତପାଲି ଥାନାର ଖଜୁରଡିହି ଗ୍ରାମର ସୁରୁ କିଷାନ(୨୨) ଏବଂ ଶିବନାଥପୁର ଗ୍ରାମର ପୁନିଆ କିଷାନ(୩୦) l ପୁଲିସ ଦୁର୍ଘଟଣା ମୋଟର ବାଇକ ଓ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l ଉଭୟେ ଏକ ବାଇକ (ଓଆର ୧୪ଜି/୮୭୮୭) ଯୋଗେ ଟୁଣିଆପାଲି ଗ୍ରାମରୁ ସରସରା ଗ୍ରାମକୁ ଯାଉଥିଲେ।

ତେବେ ବାଟରେ ବାଇକ୍‌ଟି ଭାରସାମ୍ୟ ହରାଇ ନାଗାଡିହି ଗ୍ରାମ ରାସ୍ତାକଡରେ ଥିବା ସିମେଣ୍ଟ ଖୁଣ୍ଟରେ ବାଡେଇ ହୋଇ ତଳକୁ ଛିଟିକି ପଡିଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀ ଉଭୟଙ୍କୁ ବଣାଇ ଉପଖଣ୍ତ ଚିକିତ୍ସାଳୟକୁ ଆଣି ଥିଲେ। ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଶବ ଦୁଇଟିକୁ ପୁଲିସ ଜବତ କରି ଉପଖଣ୍ତ ଚିକିତ୍ସାଳୟର ମର୍ଗ ହାଉସରେ ରଖିଛି l ରଖାଯାଇଥିବାବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe