ଆଶ୍ରମରେ ରହୁଥିବା ନାତୁଣୀକୁ ଦେଖା କରିବାକୁ ଯାଉଥିଲେ; ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌, ୨ ମୃତ

Advertisment
ଆଶ୍ରମରେ ରହୁଥିବା ନାତୁଣୀକୁ ଦେଖା କରିବାକୁ ଯାଉଥିଲେ; ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌, ୨ ମୃତ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ନୂଆଭୂଇଁ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଶନିବାର ଅପରାହ୍‌ଣରେ ଏକ ଟ୍ରକ ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ତିଲେଇବଣି ବ୍ଲକ ଅନ୍ତର୍ଗତ ପାଳକୁଦର ଗ୍ରାମର ନକୁଳ ରଣଚୁଳ ଓ ବିକ୍ରମ ପ୍ରଧାନ। ମିଳିଥିବା ସୂଚନା ଅନୁଯାୟୀ, ପାଳକୁଦର ଗ୍ରାମର ନକୁଳ ଓ ବିକ୍ରମ ଏକ ସ୍କୁଟି(ଓଡି-୨୮ଏ-୮୦୬୦)ରେ ବଡ଼ଦିନ ଉପଲକ୍ଷେ ନୂଆଁଭୂଇଁ ଗ୍ରାମ ସ୍ଥିତ ଗୁଡ୍‌ନ୍ୟୁଜ ଇଣ୍ଡିଆ ଅନାଥ ଆଶ୍ରମରେ ରହୁଥିବା ସମ୍ପର୍କୀୟ ନାତୁଣୀକୁ ଦେଖା କରିବାକୁ ଆସୁଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥର ନୂଆଁଭୂଇଁ ଗ୍ରାମ ନିକଟରେ ଟ୍ରକ ସହିତ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବରପାଇ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଦେବଗଡ଼ ଥାନା ଆଇଆଇସି ସୁରେନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe