ଭାଇଙ୍କ ରିଙ୍ଗ୍‌ ସେରୀମନି ପାଇଁ କେକ୍‌ ନେଇ ଆସିବା ବାଟରେ କାର୍‌ ଧକ୍କା ଦେଲା, ଜଣେ ମୃତ

Advertisment

ଟ୍ରଲର ଧାକ୍କାରେ ଶ୍ରମିକ ମୃତ

ଟ୍ରଲର ଧାକ୍କାରେ ଶ୍ରମିକ ମୃତ

ଭାଇଙ୍କ ରିଙ୍ଗ୍‌ ସେରୀମନି ପାଇଁ କେକ୍‌ ନେଇ ଆସିବା ବାଟରେ କାର୍‌ ଧକ୍କା ଦେଲା, ଜଣେ ମୃତ

Representation image

ନାଲକୋ ନଗର/ବଅଁରପାଳ: ଅନୁଗୁଳ ଜିଲ୍ଲାର ନାଲକୋ ନଗର ଓ ବଅଁରପାଳରେ ୨ଟି ବଡ଼ ଦୁର୍ଘଟଣା ଘଟିଛି। ନାଲକୋ ନଗରରେ ଆଜି ସନ୍ଧ୍ୟା ୫ଟାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କୁଲାଡ଼ ନିକଟରେ ଏକ ଇଟା ବୋଝେଇ ଟ୍ରକରୁ ଇଟା ଖଲସି ପରେ ନବ ନାହାକ (୩୫) ଉକ୍ତ ଗାଡିର ଡାଲା ବନ୍ଦ କରୁଥିବା ସମୟରେ ଅନଗୁଳ ଅଭିମୁଖେ ଆସୁଥିବା ଏକ ଟ୍ରଲର ଉକ୍ତ ଶ୍ରମିକଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ନବଙ୍କ ମୃତୁ ଘଟିଥିଲା। ନାଲକୋ ପୁଲିସ ଘଟଣା ସ୍ଥଳରେ ପହଁଚି ଉକ୍ତ ଟ୍ରଲରକୁ ଜବତ କରିବା ସହ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି।

ବଅଁରପାଳ ଥାନା ମହୀଧରପୁର ପଞ୍ଚାୟତ ବରସାହିର ଶ୍ରୀକାନ୍ତ ବେହେରା ଓ ମୁନା ସାହୁ ଆଜି ନିଜ ବାଇକ ଯୋଗେ ଅନୁଗୁଳ ଯାଇଥିଲେ। ନିଜ ଭାଇଙ୍କ ରିଙ୍ଗ ସେରୀମନି ଅବସରରେ କେକ ଆଣିବା ପାଇଁ ସେ ଅନୁଗୁଳ ଯାଇଥିଲେ। ଫେରୁଥିବା ସମୟରେ ଅନୁଗୁଳ ଥାନା ଜାମ୍ବୁବନ୍ଧ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଖସି ପଳେଇଥିଲା। ଘଟଣାସ୍ଥଳରେ ବରସାହିର ମୁନା ସାହୁଙ୍କର ମୃତ୍ୟୁ ଘଟିଥିବା ବେଳେ ଶ୍ରୀକାନ୍ତଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ନିଆଯାଇଥିଲଶ। ପରେ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe