ପୃଥକ ଦୁର୍ଘଟଣା ନେଲା ୨ ଜୀବନ

Advertisment
ଚୁନା ଘାଟିରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ଛଅ ଗୁରୁତର

Greater Kashmir

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଓ ବୁଗୁଡ଼ା ଥାନା ଇଲାକାରେ ଆଜି ପୃଥକ୍ ଦୁର୍ଘଟଣା ୨ ଜଣଙ୍କ ଜୀବନ ନେଇଛି। ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ବର ଓଭରବ୍ରିଜ୍ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ କୋଇଲା ବୋଝେଇ ଟ୍ରକ୍ ଜଣେ ବୃଦ୍ଧାଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତକଜଣକ ହେଲେ, ଲକ୍ଷ୍ମୀପୁର ସାହିର ତାରା ଟହଲ (୬୦)। ତାରା ଲଙ୍ଗଳେଶ୍ବର ବଜାରକୁ ଆସୁଥିବା ବେଳେ ଓଭରବ୍ରିଜ୍ ନିକଟରେ ଗୋପାଳପୁରରୁ ଯୋଡ଼ା ଅଭିମୁଖେ ଯାଉଥିବା କୋଇଲା‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ତାଙ୍କ ଉପରେ ମାଡ଼ିଯାଇଥିଲା। ଫଳ‌ରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲେ। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଚାଳକ ସଇଦ୍ ଇମ୍ରାନକୁ ଭେଜିପୁଟ ଫାଣ୍ଡିରେ ଅଟକ ରଖାଯାଇଛି। ଆଖି ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସେହିପରି ବୁଗୁଡ଼ା ପଥରାପଲ୍ଲୀ ଗ୍ରାମରେ ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକ ଗୌଡ଼ିଆବୋରଦା ଗ୍ରାମର ଧର୍ମେନ୍ଦ୍ର ପାତ୍ର ପ୍ରାଣ ହରାଇଛନ୍ତି। ଆଜି ସକାଳ ୭ଟାରେ ଧର୍ମେନ୍ଦ୍ର ବାଇକ୍ ଯୋଗେ ଗାଁରୁ ଆସୁଥିବା ବେଳ‌େ ପଥରାପଲ୍ଲୀ ଗ୍ରାମ ନିକଟରେ ଏକ କୁକୁଡ଼ାଦାନା ବୋଝେଇ ସାମ୍ନାପଟୁ ତାଙ୍କୁ ଧକ୍କା ଦେଇଥିଲା। ଧର୍ମେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ବୁଗୁଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଧର୍ମେନ୍ଦ୍ର ସୁରତରେ କାମ କରୁଥିବା ବେଳ‌େ କିଛିଦିନ ତଳେ ଗାଁକୁ ଆସିଥିଲେ। ତାଙ୍କ ମୃତ୍ୟୁ ପରେ ଗୌଡ଼ିଆବୋରଦା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe