ଭଦ୍ରକ: କେନାଲରେ ବୁଡ଼ି ୨ ଛାତ୍ର ମୃତ, ସ୍କୁଲ ପରିସରରେ ଉତ୍ତେଜନା ଜାରି

ଭଦ୍ରକ/ବାଲେଶ୍ୱର: ଭଦ୍ରକ ମେଡିକାଲରେ ଶୁକ୍ରବାର ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରାଯାଇଛି। ସୂଚନା ଅନୁସାରେ ବାଲେଶ୍ୱର ଜ଼ିଲ୍ଲା ଖଇରା ବ୍ଲକର ହରିପୁର ରେଟିନା ନୋଡାଲ ୟୁପି ସ୍କୁଲର ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ସପ୍ତମ ଶ୍ରେଣୀର ଛାତ୍ର ଧନଞ୍ଜୟ ଜେନା ଓ ଷଷ୍ଠ ଶ୍ରେଣୀର ଛାତ୍ର ରାଜେଶ ସାହୁ ମଧ୍ୟାହ୍ନ ଭୋଜନ ଖାଇ ହାତ ଧୋଇବାକୁ କେନାଲକୁ ଯାଇଥିଲେ। ହାତ ଧୋଇବା ସମୟରେ ନିଜର ଅସାବଧାନତା ଯୋଗୁଁ ସେମାନଙ୍କର ଗୋଡ଼ ଖସି ଯାଇଥିଲା। ଫଳରେ ପାଣିର ସୁଅ ଧନଞ୍ଜୟ ଓ ରାଜେଶଙ୍କୁ ଭସାଇ ନେଇଥିଲା। ସ୍ଥାନୀୟ ଲୋକଙ୍କର ଦ୍ୱାରା ଉଭୟଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୨ ଛାତ୍ରଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି।

ଅନ୍ୟପଟରେ ଦୁଇ ଛାତ୍ରଙ୍କ ମୃତ୍ୟୁକୁ ରେଟିନା ଗ୍ରାମର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର ଦାୟିତ୍ୱହୀନତା ଯୋଗୁଁ ଆଜି ଏଭଳି ଘଟଣା ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ସ୍କୁଲ ପରିସରରେ ଉତ୍ତେଜନା ଜାରି ରହିଛି। ଘଟଣାସ୍ଥଳକୁ ତହସିଲଦାର ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe