ବଜ୍ରାଘାତ‌: ଭଞ୍ଜନଗରରେ ଜଗୁଆଳ ସମେତ ଦୁଇ ଗାଈ ମୃତ, ଆଠଗଡ଼ରେ ଜଣେ ମୃତ ଓ ୩ ଗୁରୁତର

Advertisment
ବଜ୍ରାଘାତ‌: ଭଞ୍ଜନଗରରେ ଜଗୁଆଳ ସମେତ ଦୁଇ ଗାଈ ମୃତ, ଆଠଗଡ଼ରେ ଜଣେ ମୃତ ଓ ୩ ଗୁରୁତର

NEWS10 ABC

ଭଞ୍ଜନଗର/ଆଠଗଡ଼: ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ହେଉଛି । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଜଗୁଆଳ ସମେତ ୨ ଗାଈର ମୃତ୍ୟୁ ହୋଇଥିବା ବେଳେ ଆଠଗଡ଼ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ତୁଷାର ବିଶ୍ୱାଳ (୨୨) ଓ ଲକ୍ଷ୍ମଣ ବେହେରା ।

ସୂଚନା ଅନୁସାରେ ବୁଧବାର ଅପରାହ୍ନରେ ସମସରପୁର ପଞ୍ଚାୟତ ଅନତର୍ଗତ କୁଆଁଳ ଗାଁରେ ଝଡ଼ତୋଫାନ ସହ କୁଆପଥର ବୃଷ୍ଟି ହୋଇଥିଲା । ଏହି ଝଡ଼ତୋଫାନ ଯୋଗୁଁ ଆଠଗଡ଼ ସହର ମଧ୍ୟରେ ଛୋଟବଡ଼ ଗଛ ଭାଙ୍ଗିପଡ଼ିଥିଲା । ଫଳରେ ବିଦ୍ୟୁତ ସରବରାହ ବ୍ୟାଘତ ଘଟିଥିଲା । ମୃତ ଓ ଆହତ ବ୍ୟକ୍ତିମାନେ ବିଲରେ କାମ କରୁଥିଲେ । ଆହତ ସୁନିଲ ଗଣ୍ଠିଆ, ଟୁଲୁ ରାଉତ ଓ ଜ୍ଞାନ ରଂଜନ ରାଉତଙ୍କୁ କଟକ ପଠାଇ ଦିଆଯାଇଛି ।

ତାରସିଂ ଥାନା ଅର୍ନ୍ତଗତ ତୋଲଡି ଗ୍ରାମରେ ଆଜି ବଜ୍ରାଘାତ ଘଟି ଗାଇ ଜଗୁଆଳ ସମେତ ଦୁଇ ଗୋଟି ଗାଇର ମୃତ୍ୟୁ ହୋଇଛି। ତାରସିଂ ପଞ୍ଚାୟତ ତୋଲଡି ‌ଢେପସାହିର ମ‌ୋହନ ବେହେରାଙ୍କ ପୁଅ ଲକ୍ଷ୍ମଣ ବେହେରା (୩୧) ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ପ୍ରକାରେ, ଆଜି ସଂନ୍ଧ୍ୟାରେ ପ୍ରବଳ ମେଘ ପବନ ସହ ବର୍ଷା ହୋଇଥିଲା। ଏହି ସମୟରେ ଘର ବାହାରେ ବନ୍ଧା ହୋଇଥିବା ଗାଇକୁ ଫିଟାଇବା ପାଇଁ ଲକ୍ଷ୍ମଣ ଦୌଡି ଯାଇଥିଲେ। ସେହି ସମୟରେ ଘଡଘଡି ମାରିବାରୁ ଏହାର ଆଘାତରେ ଘଟଣା ସ୍ଥଳରେ ହିଁ ଗାଇ ସହ ଲକ୍ଷ୍ମଣ ଟଳି ପଡିଥିଲେ। ଏହାପରେ ତାରସିଂ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲକ୍ଷ୍ମଣ ଜୀବିତ ଥିବା ସନ୍ଦେହ କରି ଗ୍ରାମବାସୀଙ୍କ ସହାୟତାରେ ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ। ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe