ସୁବର୍ଣ୍ଣପୁର: ଗାଁ ମୁଣ୍ଡ ବରଗଛ ତଳେ ବସିଥିଲେ, ବଜ୍ରପାତରେ ଯୁବକଙ୍କର ମୃତ୍ୟୁ

ଭୁବନେଶ୍ୱରରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ଗରମରୁ ମିଳିବ ଆଶ୍ୱସ୍ତି, ଜାରି ରହିବ ବର୍ଷା

ବିନିକା/ଭୁବନେଶ୍ୱର: ଗାଁ ଶେଷରେ ଥିବା ବରଗଛ ତଳେ ବସିଥିବା ବେଳେ ଶନିବାର ସନ୍ଧ୍ୟାରେ ବଜ୍ରପାତ ହେବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ବିନିକା ବ୍ଲକ ସିଘିଜୁବା ପଂଚାୟତର କମିରା ଗାଁର ସୁଦନ ଛନ୍ଦ (୨୪) ସେହିଭଳି ଏହି ଘଟଣାରେ ସରଗୁନା ଗାଁର ରଣଜିତ ପଲିତା (୭୦) ଓ ଦୁର୍ଲଭ କ୍ଷେତି (୬୦) ଆହତ ହୋଇଛନ୍ତି।

ବଜ୍ରାଘାତ ପରେ ୩ ଜଣଙ୍କୁ ହସ୍‌ପିଟାଲ ନିଆଯିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରାଯାଇଥିଲା କିନ୍ତୁ ଏହା ନ ଆସିବାରୁ ଏକ ଘରୋଇ ଗାଡ଼ିରେ ଆହତଙ୍କୁ ହସ୍‌ପିଟାଲ ନିଆଯାଇଥିଲା। ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ ଜଣଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସୁଦନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅନ୍ୟ ୨ ଆହତଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସୁବଳୟା ଗାଁରେ ଶନିବାର  ଗଛ ତଳେ ଖେଳୁଥିବା ବେଳେ ବଜ୍ରାଘାତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ମୌସୁମ ନାଏକ (୮ବର୍ଷ)। ଏହି ଘଟଣାରେ ନିଳିମା ନାଏକ, ଶୁଭମ କିଷାନ ଓ ଯଶୋଦା ପ୍ରଧାନଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe