ବଜ୍ରପାତରେ ୨ ମୃତ: କ୍ରିକେଟ୍‌ ପଡ଼ିଆରେ ବାଳକ ପ୍ରାଣ ହାରିଲେ

ବଜ୍ରପାତରେ ୨ ମୃତ: କ୍ରିକେଟ୍‌ ପଡ଼ିଆରେ ବାଳକ ପ୍ରାଣ ହାରିଲେ

OdishaTV

ବଣାଇଗଡ଼/ବୋଡ଼େନ: ଗୁରୁବାର ଅପରାହ୍ନରେ ପ୍ରବଳ ଝଡ଼ତୋଫାନ ସହ ବଜ୍ରପାତ ହେବାରୁ ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଇଲିଝର ଗ୍ରାମରେ ଜନୈକ ବାଳକଙ୍କ ମୃତ୍ୟୁ ହୋଇଛି।  ଅପରାହ୍ନରେ ଗ୍ରାମର ପିଲାମାନେ ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ। ଏହି ସମୟରେ ଝଡ଼ତୋଫାନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଦୁଇଜଣ ସଂଜ୍ଞାହୀନ ହୋଇପଡ଼ିଥିଲେ। ଗାଁ ଲୋକେ ଉଭୟଙ୍କୁ ଉଦ୍ଧାର କରି ଲହୁଣିପଡ଼ା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଖୁତିଶ ମହାକୁଡ଼(୧୭)ଙ୍କୁ ମୃତ ଘୋଷଣା କରିଥିଲେ।  ଏହି ଘଟଣା ପରେ ସ୍ଥାନୀୟ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଗତ କିଛି ମାସ ପୂର୍ବେ ଖୁତିଶଙ୍କର ବାପାଙ୍କର ମୃତ୍ୟୁ ହୋଇଥିଲାବେଳେ ଆଜି ପୁଅର ମୃତ୍ୟୁ ପରେ ପରିବାର ପୁରୁଷ ଶୂନ୍ୟ ହୋଇପଡ଼ିଛି।

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ ବିନୋପୁର ଗ୍ରାମରେ ଗୁରୁବାର ବଜ୍ରପାତରେ ଲଛମନ ନାଗ (୩୫)ଙ୍କ ମୃତ୍ୟୁ ହୋଛି। ବଜ୍ରପାତରେ ଗୁରୁତର ଲଛମନଙ୍କୁ ବୋଡ଼େନ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବୋଡ଼େନ ଥାନା ଅଧିକାରୀ ଶୋଭଙ୍କର ସେଟ୍‌ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe