India Today
ଖଡ଼ିଆଲ: ମୋହରା ଛକଠାରେ ବୁଧବାର ଭୋର ସକାଳୁ ସଡ଼କ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ରାଜୁମୁଣ୍ଡା ଗ୍ରାମଠାରୁ ଦେଢ଼ କିଲୋମିଟରସ୍ଥିତ ଫୁକୁଡ଼ା ଗ୍ରାମର କିଶୋର ସାହୁ (୧୮), ଦିଲୀପ ଭୋଇ ଓ ବିକାଶ ଚିନାଗୁନ (୧୯) ଏକ ବାଇକରେ ଆସୁଥିଲେ। ସେମାନେ ବଙ୍ଗୋମୁଣ୍ଡା ଠାରେ ଅନୁଷ୍ଠିତ ଧନୁଯାତ୍ରା ଦେଖି ନିଜ ଘରକୁୁ ଫେରୁଥିଲେ। ବିକାଶ ବାଇକ ଚଳାଉଥିଲେ। ଦ୍ରୁତ ଗତିରେ ଯାଉଥିବା ବାଇକ ମୋହରା ଛକ ବୋଲାଣିଆ ସ୍ଥାନରେ ଭାରସାମ୍ୟ ହରାଇବାରୁ ବ୍ରେକରରେ ପିଟିହୋଇ ଯାଇଥିଲା। ଫଳରେ ୩ ଜଣ ଯୁବକ ବାଇକ୍ରୁ ଛିଟିକି ପଡ଼ିବାରୁ ସେମାନଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ସେମାନେ ଅଚେତ ଅବସ୍ଥାରେ ପଡ଼ିଥିଲେ।
ସୂଚନା ପାଇ ଖଡ଼ିଆଲ ପୁଲିସ ଏଏସ୍ଆଇ ଜିତୁ ମୋହନ ବେସ୍ରା ଘଟଣାସ୍ଥଳକୁ ଯାଇ ୩ ଜଣଙ୍କୁ ଉଦ୍ଧାର କରି ଖଡ଼ିଆଲ ମିଶନ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦିଲୀପ ଓ କିଶୋରଙ୍କୁ ଡାକ୍ତର ହସ୍ପିଟାଲରେ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
Follow Us