ରାତିରେ ଶୋଇଥିଲେ, ସାପ କାମୁଡ଼ିବାରୁ ୨ ମୃତ

Advertisment
ରାତିରେ ଶୋଇଥିଲେ, ସାପ କାମୁଡ଼ିବାରୁ ୨ ମୃତ

urdupoint.com

ମାଲକାନଗିରି : ରାତିରେ ଶୋଇଥିବା ସମୟରେ ସାପ କାମୁଡ଼ିବାରୁ ମାଲକାନଗିରି ଜିଲ୍ଲାର ୨ଟି ସ୍ଥାନରେ ୨ ଜଣଙ୍କର ମୃତ୍ୟୁ ଘଟିିଛି। ସୂଚନା ଅନୁସାରେ ଟିଟିବିରି ଗାଁର ଦେବା ମାଡ଼କାମୀଙ୍କୁ ରାତିରେ ଶୋଇଥିବା ବେଳେ ତାଙ୍କୁ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଘଟଣା ସଂପର୍କରେ ଅବଗତ ହେବା ପରେ ପରିବାର ଲୋକେ ତାଙ୍କୁ ଯଥାଶୀଘ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଦେବାଙ୍କର ମୃତ୍ୟୁ ଘଟିଛି।

ଏମ୍ଭି-୩୦ ଗାଁର ମାଳତୀ ରାୟ ମଧ୍ୟ ସାପ କାମୁଡ଼ାରେ ଜୀବନ ହାରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଳତୀଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ବିଗତ କିଛି ଦି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସାପ କାମୁଡା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଚଳିତ ବର୍ଷ ୨୦ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe