ବାଇକ୍ ଆରୋହୀକୁ ଅଟକାଇ ଲୁଟ୍ ଉଦ୍ୟମ, ୨ ଅଟକ

Advertisment
ବାଇକ୍ ଆରୋହୀକୁ ଅଟକାଇ ଲୁଟ୍ ଉଦ୍ୟମ, ୨ ଅଟକ

ବରପାଲି: ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ଚାରିବଙ୍ଗଳା ନିକଟସ୍ଥ ତିନକାନି ଛକ୍‌ ଠାରେ ରବିବାର ସନ୍ଧ୍ୟାରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କୁ ଅଟକାଇ ସେମାନଙ୍କ ଠାରୁ ଲୁଟ୍‌ ଉଦ୍ୟମ ହୋଇଛି। ବାଇକ୍‌ ଆରୋହୀ ଦୁଇ ଜଣ ଲୁଟେରା କୈଳାସ ମିଶ୍ର (୩୨)ନାମକ ଜଣେ ଯୁବକ ନିଜଗ୍ରାମ ତିଳେଇମାଲ ଯାଉଥିବା ସମୟରେ ତିନକାନି ଛକ୍‌ ଠାରେ ୨ଜଣ ବ୍ୟକ୍ତି ବାଇକ (ଓଡ଼ି୧୭ଏସ-୧୪୨୯)ରେ ଆସି ଲୁଟ୍‌ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ଭେଡେନ ଗ୍ରାମର ମହମ୍ମଦ ସଫିକ ଓରଫ ରିଙ୍କୁ (୨୮) ଓ ମାଲିପଡାର ଯୁବରାଜ ପଟେଲ (୪୫)। ଅଭିଯୁକ୍ତଙ୍କ ଠାରୁ ଏକ ସ୍ପ୍ରିଂ ଛୁରି, ମୋବାଇଲ, ବାଇକ ଓ ୮୦୦ରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି।

କୈଳାଶଙ୍କ ନଜର ଅଭିଯୋଗରେ କହିଛନ୍ତି ଯେ, ଅଭିଯୁକ୍ତମାନେ ମତେ ରାସ୍ତାରେ ଅଟକାଇ ଯାହା ରଖଛ ଦେଇଦିଅ ନହେଲେ ଭୁଜାଳିରେ ମାରିଦେବୁ ବୋଲି ଧମକଦେଉଥିଲେ। ଏହି ସମୟରେ ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ଲୋକେ କାହିଁକି ତାକୁ ମାଡ଼ ଦେଉଛି ବୋଲି ଅଟକି ଥିବାରୁ ସେମାନେ ଦୁଇ ଲୁଟେରା ଦୌଡ଼ି ପିଲାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ ଗୋଡ଼ାଇ ଧରି ଉତ୍ତମ ମାଧ୍ୟମ ଦେବା ସହ ପୁଲିସକୁ ଖବର ଦେଇଥିଲେ।

ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡ଼କାୟତ କରୁଥିବା ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉଭୟଙ୍କ ନାମରେ ବରଗଡ଼ ସଦର ଥାନାରେ ମଧ୍ୟ ପୂର୍ବରୁ କେସ ରହିଥିବା ପୁଲିସ କହିଛି। ପ୍ରକାଶ ଥାଉ କି ଏ ଅଞ୍ଚଳରେ ବିଭିନ୍ନ ସମୟରେ ଏପରି ଡକାୟତି କାର୍ଯ୍ୟ ହେଉଥିବା ଜନସାଧାରଣ ଅଭିଯୋଗ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe