ନୟାଗଡ଼: ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ, ୨ ଗୁରୁତର

ନୟାଗଡ଼: ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ, ୨ ଗୁରୁତର

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ ଦୁଇଟି ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମୃତ୍ୟୁବରଣ କରିଥିବା ଯୁବକଦ୍ୱୟ ହେଲେ ଓଡ଼ଗାଁ ଥାନା ପାଇକ ପଣ୍ଟିଖରି ଗାଁର କାହ୍ନା ଚରଣ ସ୍ୱାଇଁ(୧୮ ବର୍ଷ) ଓ  ଚଢ଼େୟାପଲ୍ଲୀ ଗ୍ରାମର ପ୍ରତାପ ନାୟକ(୨୫ ବର୍ଷ)। ସେହିପରି ଆହତଦ୍ୱୟ ହେଲେ ବିକାଶ ବେହେରା(୧୬ ବର୍ଷ) ଓ ସୁନୀଲ ନାୟକ(୧୭ ବର୍ଷ)। ପୁଲିସ ମୃତଦେହ ଦୁଇଟି ଜବତ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe