ଗଞ୍ଜାମ: କ୍ରସରରେ ଦୁର୍ଘଟଣା, ୨ ମୃତ

ଗଞ୍ଜାମ: କ୍ରସରରେ ଦୁର୍ଘଟଣା, ୨ ମୃତ

ଗଞ୍ଜାମ/କୁକୁଡ଼ାଖଣ୍ଡି: ଆଜି ସକାଳେ ଗଞ୍ଜାମ ଜିଲ୍ଲା କୁଖୁଡ଼ାଖଣ୍ଡି ବ୍ଲକ୍‌ରେ ଏକ ପଥର କ୍ରସରରେ ଦୁର୍ଘଟଣା ଘଟି ଦୁଇ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଦୁଇଜଣ ହେଉଛନ୍ତି ଦୁଇ ଭାଇ। ସେମାନେ କ୍ରସରକୁ ଚିପ୍‌ସ ନେବା ପାଇଁ ଆସିଥିବା ବେଳେ କ୍ରସରର ଓ୍ଵାଲ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, କୁକୁଡାଖଣ୍ଡି ବ୍ଲକ୍‌ର ଗୁରୁଣ୍ଠି ଗାଁରେ ଥିବା ଏକ କ୍ରସରକୁ ହିଜିଳିକାଟୁ ପଳାସ ଗାଁର ରଘୁ ସେଠୀଙ୍କ ଦୁଇ ପୁଅ କାଳିଆ ସେଠୀ ଓ ବାବୁ ସେଠୀ ଚିପ୍ସ ନେବା ପାଇଁ ଟ୍ରାକ୍ଟର ନେଇ ଆସିଥିଲେ। ସେମାନେ ଚିପ୍‌ସ ବୋଝଇ କରୁଥିବା ବେଳେ କ୍ରସରର ଓ୍ଵାଲ ଭୁଶୁଡ଼ି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ କାଳିଆ ଓ ବାବୁଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe