ମୁହାଁମୁହିଁ ଧକ୍କା ଯୋଗୁ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ

ଆନ୍ଧ୍ରରୁ ଆସିଲା ଦାଦନ ଶ୍ରମିକଙ୍କ ଶବ

ସେମିଳିଗୁଡା: କୋରାପୁଟ ଜିଲ୍ଲା ସେମିଳିଗୁଡା ଗ୍ରାମକୁ ଯାଇଥିବା ଅଣ ଓସାରିଆ ରାସ୍ତାରେ ଦ୍ରୁତ ଗତି ଯୋଗୁ ଦୁଇ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେମିଳିଗୁଡା ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆଜି ସନ୍ଧ୍ୟା ୫.୩୦ ସମୟରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସାକିଆଗୁଡା ଗ୍ରାମର ଯୁବକ ତ୍ରିନାଥ ହନ୍ତାଳ (୨୧) ନିଜ ଟିଭିଏସ ବାଇକ ଯୋଗେ ପିତାଗୁଡା ଠାରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଶ୍ରୀରାମପୁଟ ଛକ ନିକଟରେ ବିପରୀତ ଦିଗରୁ ଏକ ହୋଣ୍ଡା ବାଇକ ଯୋଗେ ରାଜପୁଟ ପଟୁ ଦ୍ରୁତଗତିରେ ଆସୁଥିବା କାଙ୍ଗରା ଗ୍ରାମର ପିଣ୍ଟୁ ନନ୍ଦିବାଲି (୧୭) ଓ ବିକ୍ରମ ନନ୍ଦିବାଲି (୧୮)ଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଉଭୟ ବାଇକ ଦ୍ରୁତ ଗତିରେ ଥିବାରୁ ସମସ୍ତ ଆରୋହୀ ରାସ୍ତାରେ ଘୋଷାରି ହୋଇ ଯାଇଥିଲେ ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗି ଅତ୍ୟଧିକ ରକ୍ତଶ୍ରାବ ଯୋଗୁ ଘଟଣା ସ୍ଥଳରେ ତ୍ରିନାଥଙ୍କ ମୃତ୍ୟୁ ଘଟିଥିଲା।

ସୂଚନା ପାଇ ସେମିଳିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଥିବା ପିଣ୍ଟୁ ଓ ବିକ୍ରମଙ୍କୁ ଚିକିତ୍ସା ପାଇଁ ସୁନାବେଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ ମଧ୍ୟ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କୁ ପଠା ଯାଇଥିଲା ତେବେ ବାଟରେ ପିଣ୍ଟୁଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ସେମିଳିଗୁଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଉଭୟ ବାଇକ ଜବତ କରି ସେମିଳିଗୁଡା ଥାନା କେସ ନଂ ୩୮/୨୩ ରେ ମାମଲା ରୁଜୁ କରିଥିବା ବେଳେ ଏଏସଆଇ ଦିଗାନ୍ତ ବିହାରୀ ପ୍ରଭୁ ସହାୟ ଘଟଣାର ତଦନ୍ତ କରୁଛନ୍ତି ମୃତକ ଦୁଇଜଣ ପାଖ ଗ୍ରାମର ହୋଇଥବାରୁ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଥିବା ବେଳେ ନାବାଳକଙ୍କ ଦ୍ୱାରା ଦ୍ରୁତ ଗାଡି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe