ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ମୃତ, ନାବାଳିକା ଗୁରୁତର

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ଉମରକୋଟ/ବରଗଡ଼: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ‌ହେଲେ ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳର ଅନିଲ ସାହୁ ଓ ନବରଂଗପୁର ଜିଲ୍ଲା ଉମରକୋଟର ମହାଦେବ ରାୟ। ୮ ବର୍ଷ ବୟସର ନାବାଳିକାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ବରପାଲି ନିକଟସ୍ଥ ସର୍ଗିପାଲି ଗ୍ରାମରେ ବିଲରେ କାମ କରୁଥିବାବେଳେ ଗଛ ଡାଳ ଭାଙ୍ଗିଯାଇ ବିଦ୍ୟୁତ ତାର ଛିଣ୍ତି ଯାଇଥିଲା ଫଳରେ ତାର ସଂସ୍ପର୍ଶରେ ଆସି ବରଗଡ଼ ସଦର ଥାନା ଅନ୍ତର୍ଗତ ନିଲେସର ଗ୍ରାମର ଆନନ୍ଦମଣି ସାହୁଙ୍କ ଦ୍ବିତୀୟ ପୁଅ ଅନିଲ ସାହୁ (୨୩)ଙ୍କ ମତ୍ୟୁ ଘଟିଥିଲା। ଅନିଲ ନିଜ ବଡ଼ ଭଉଣୀ ସର୍ଗିପାଲି ଗ୍ରାମକୁ ଆଜି ସକାଳ ସମୟରୁ ଯାଇଥିଲେ ଏବଂ ସେଠାରେ ଭିଣୋଇଙ୍କ ବିଲରେ କାମ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଅନିଲଙ୍କୁ ବିଦ୍ୟୁତ ସକ୍‌ ହେବାଫଳରେ ସେ ତଳେ ଗୁରୁତର ହୋଇ ପଡିଯିବା ମାତ୍ରେ ତାଙ୍କୁ ତୁରନ୍ତ ବରପାଲି ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ଅନିଲକୁ ମୃତ ଘୋଷଣା କରିଥିଲେ।

ସେହିପରି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର କୁସୁମଗୁଡାସାହି ଠାରେ ୧୧ କେଭି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ୮ ବର୍ଷର ଝିଅର ଜୀବନ ଅଳ୍ପକେ ବଞ୍ଚି ଯାଇଥିଲେ। ହେଲେ ଝିଅକୁ ବଞ୍ଚାଇବାକୁ ଯାଇ ମାମୁଁର ମୃତ୍ୟୁ ହେଇଯିବ ପରି ଏକ ଦୁଃଖଦ ଘଟଣା ନଜରକୁ ଆସିଛି। ଦୀର୍ଘଦିନ ଧରି ସେହି ଅଞ୍ଚଳ‌ରେ ସମସ୍ଥା ନାମକ ଏକ ଅର୍ଥ ଲଗାଣ କାରି ସଂସ୍ଥା ଏହାର କାର୍ଯ୍ୟାଳୟ ଖୋଲି ଚଢ଼ା ସୁଧରେ ଟଙ୍କା ପ୍ରଦାନ କରି ଆସୁଛି। ଏହି ଅଫିସ ଦେଇ ୧୧ କେଭି ତାର ଯାଇଛି। ଆଜି ଦିନ ୧୨ଟା ସମୟରେ ଉମରକୋଟ ବ୍ଲକ ସୁକିଗାଁର ମହାଦେବ ରାୟ, ତାଙ୍କ ୮ ବର୍ଷର ଭାଣିଜୀ ଓ ମହାଦେବଙ୍କ ମା’ ଋଣ ଟଙ୍କା ଆଣିବା ପାଇଁ ସମସ୍ଥା ଫାଇନାନ୍ସ କାର୍ଯ୍ୟାଳୟକୁ ଆସିଥିଲେ। ମହାଦେବ ଓ ତାଙ୍କ ମା’ ଟଙ୍କା ଉଠାଇବା କାର୍ଯ୍ୟରେ ବ୍ୟସ୍ତ ରହିବାବେଳେ ଭାଣିଜୀ ଛାତ ଉପରକୁ ଖେଳିବାକୁ ଚାଲି ଯାଇଥିଲା। ଝିଅଟି ଖେଳିବା ସମୟରେ ଛାତ ଉପରେ ଯାଇଥିବା ୧୧ କେଭି ତାର ସଂସ୍ପର୍ଶ ଆସି ଯାଇଥିଲେ ଏହାକୁ ମାମୁ ଦେଖିବା ପରେ ଭାଣିଜୀକୁ ବଞ୍ଚେଇବାକୁ ଯାଇ ମହାଦେବ ମଧ୍ୟ ବିଦ୍ୟୁତ ସଂସ୍ପର୍ଶ ଆସିଯାଇ ସେଠାରେ ମୃତ୍ୟୁବରଣ କରିଥିବା ବେଳେ ଭାଣିଜୀ ଗୁରୁତର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe