ଟ୍ରକ୍‌-ହାଇୱା ଧକ୍କା, ୨ ଡ୍ରାଇଭର ଗୁରୁତର

ଟ୍ରକ୍‌-ହାଇୱା ଧକ୍କା, ୨ ଡ୍ରାଇଭର ଗୁରୁତର

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଛତାବର ଟୋଲ୍‌ଗେଟ୍‌ ଠାରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ଓଡି-୨୨-କେ-୨୬୦୬ ନମ୍ବରର ଏକ ହାଇୱା ଭଦ୍ରକରୁ ପାଣିକୋଇଲି ଆଡ଼କୁ ଯାଉଥିଲା। ଏହି ସମୟରେ କଟକରୁ ବାଲେଶ୍ବର ଆଡ଼କୁ ଓଡି-୦୫-ୱାଇ-୧୪୯୪ ନମ୍ବରର ଏକ ଟ୍ରକ୍‌ ଆସୁଥିଲା। ଏହି ସମୟରେ ଉଭୟ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣା ଯୋଗୁ ହାଇୱା ଡ୍ରାଇଭର ଭଦ୍ରକ ଜିଲ୍ଲା ସଂପୋଇ ଗ୍ରାମର ଜଗନ ବେହେରା ଏବଂ ଟ୍ରକ୍‌ର ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଓ ଦମକଳ ବାହିନୀ ପହଞ୍ଚିଥିଲେ। ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନା ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe