ପୁଲିସ୍ ଜାଲରେ ୨ ନକଲି ପୁଲିସ୍, କାଗଜପତ୍ର ଯାଞ୍ଚ କରି ମାଲବାହୀ ଭ୍ୟାନରୁ ମାଗୁଥିଲେ ଚାନ୍ଦା

Advertisment
ପୁଲିସ୍ ଜାଲରେ ୨ ନକଲି ପୁଲିସ୍, କାଗଜପତ୍ର ଯାଞ୍ଚ କରି ମାଲବାହୀ ଭ୍ୟାନରୁ ମାଗୁଥିଲେ ଚାନ୍ଦା

ରାୟଗଡ଼ା: ପୁଲିସ୍ ପରିଚୟ ଦେଇ ମାଲବାହୀ ଗାଡ଼ିର କାଗଜପତ୍ର ଯାଞ୍ଚ କରି ଚାନ୍ଦ‌ା ମାଗୁଥିବା ୨ ନକଲି ପୁଲିସକୁ କାବୁ କରିଛି ଚାନ୍ଦିଲି ପୁଲିସ୍। ଗତକାଲି ବିଳମ୍ବିତ ରାତିରେ ୨ ଦୁର୍ବୃତ୍ତକୁ ପୁଲିସ୍ କାବୁ କରିବା ପରେ କେଉଁ କେଉଁ ମାମଲାରେ ଏମାନେ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଜାରି ରଖିଛି। ଗତକାଲି ସଂଧ୍ୟାରେ ବ୍ରହ୍ମପୁରରୁ ନବରଙ୍ଗପୁର ଯାଉଥିବା ପିକଅପ୍ ଭ୍ୟାନ ଓଡ଼ି୦୭ଏଇ-୧୨୨୨ କୁ ଦୁଇ ଦୁର୍ବୃତ୍ତ ମୁକୁନ୍ଦପୁର ଘାଟିରେ ଅଟକାଇଥିଲେ।

ଡ୍ରାଇଭର ଗାଡ଼ି ନ ଅଟକାଇ ଚାଲି ଆସିବା ପରେ ଦୁର୍ବୃତ୍ତମାନେ ବାଇକରେ ପିଛା କରି ୮ କିମି ଦୂରରେ ପୁଣି ଭ୍ୟାନକୁ ଅଟକାଇଥିଲେ। ଉଭୟେ ପୁଲିସ୍ ପରିଚୟ ଦେଇ ଗାଡ଼ିର କାଗଜପତ୍ର ଦେଖାଇବାକୁ କହିଥିଲେ। ଡ୍ରାଇଭର କାଗଜପତ୍ର ଦେଖାଇବା ପରେ ଦୁର୍ବୃତ୍ତମାନେ ଛଡ଼ାଇ ନେଇଥିଲେ। ଡ୍ରାଇଭର ନୀଳମାଧବ ପଟ୍ଟନାୟକ କାଗଜପତ୍ର ମାଗିବା ପରେ ଦୁଇ ଦୁର୍ବୃତ୍ତ ଟଙ୍କା ମାଗିବା ସହ ହେଲପର୍ କୁନା ବିଷୋୟୀକୁ ମାଡ଼ ମାରିଥିଲେ। କୌଶଳ‌କ୍ରମେ ଡ୍ରାଇଭର୍ ନୀଳମାଧମ ଜେକେପୁର ଏଟିଏମରୁ ଟଙ୍କା ଉଠାଇ ଦେବା ପାଇଁ ଦୁର୍ବୃତ୍ତଙ୍କୁ କହିବା ପରେ ଭ୍ୟାନ୍ ପଛରେ ବାଇକରେ ଆସି ଦୁର୍ବୃତ୍ତମାନେ ଜେକେପୁର ଆଇଓବି ବ୍ୟାଙ୍କ ନିକଟରେ ଅପେକ୍ଷା କରିଥିଲେ।

ଏହା ଭିତରେ ଡ୍ରାଇଭର ନୀଳମାଧବ ପୁଲିସ୍ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଅବଗତ କରିବା ପରେ ଚାନ୍ଦିଲି ଥାନା ଅଧିକାରୀ ଅରୂପ ଅଭିଷେକ ବେହେରା ଏଟିଏମ୍ ନିକଟରେ ଛପି ରହିଥିଲେ। ପୁଲିସ୍ ଟିମ୍ ଦୁର୍ବୃତ୍ତଙ୍କ ଉପରେ ନଜର ରଖିବା ସହ ଜଣଙ୍କୁ କାବୁ କରି ନେଇଥିଲେ। ଅନ୍ୟ ଜଣେ ଦୁର୍ବୃତ୍ତର ଫୋନ୍ ଟ୍ରାକ୍ କରି ପୁଲିସ୍ ଟିମ୍ କାବୁ କରିଥିଲେ। ଆସନ୍ତାକାଲି ଦୁଇ ଦୁର୍ବୃତ୍ତଙ୍କୁ କୋର୍ଟ ଚାଲାଣ କରିବ ପୁଲିସ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe