ପୁରୀ: ମହାରାଷ୍ଟ୍ରର ସୁପାରି କିଲର ସହିତ ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ପୁଲିସ ଏକକାଉଣ୍ଟରରେ ଆହତ

Advertisment
ପୁରୀ: ମହାରାଷ୍ଟ୍ରର ସୁପାରି କିଲର ସହିତ ଅନ୍ୟ ଜଣେ ଦୁର୍ଦ୍ଦାନ୍ତ  ଅପରାଧୀ ପୁଲିସ ଏକକାଉଣ୍ଟରରେ ଆହତ

ପୁରୀ : ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ପୁରୀ ଜିଲ୍ଲା ବଳଙ୍ଗା-ମଙ୍ଗଳପୁର ରାସ୍ତାରେ ପୁଲିସ ଏନ୍‌କାଉଣ୍ଟରରେ ସୁବାସ ପ୍ରଧାନ ଓ ଅମର ଓମ୍‌କାର ସୋଲାଙ୍କି ନାମକ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ଦୁଇ ଅଭିଯୁକ୍ତଙ୍କୁ ତାଙ୍କୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

publive-image
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଶ୍ରୀ ପ୍ରଧାନେ ଓ ଶ୍ରୀ ସୋଲାଙ୍କି ପୁରୀ ଆଡ଼କୁ ଏକ ବାଇକ ଯୋଗେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା।ମାତ୍ର ଅଭିଯୁକ୍ତଦ୍ୱୟ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି କରି ଖସି ଯିବାକୁ ଚେଷ୍ଟା କରିଥିଲେ। ଅପରାଧୀମାନଙ୍କ ଗୁଳିର ପାଲଟା ଜବାବ ଦେବାକୁ ଯାଇ ପୁଲିସ ସେମାନଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲା। ଏହି ଏନକାଉଣ୍ଟରରେ ଦୁଇଜଣ ଅଭିଯୁକ୍ତ ଆହତ ହୋଥଥିଲେ। ଜଣଙ୍କ ବାମ ଗୋଡ଼ରେ ଗୁଳି ବାଜିଥିଲା।ବେଳେ ଅନ୍ୟଜଣଙ୍କଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଗୁଳି ବାଜିବା ପରେ ଅଭିଯୁକ୍ତମାନେ ଆଉ ସେଠାରୁ ଖସିଯିବାକୁ ସକ୍ଷମ ହୋଇ ପାରି ନ ଥିଲେ ଓ ପୁଲିସ ଆହତ ଦୁଇ ଅଭିଯୁକ୍ତଙ୍କୁ ସେମାନଙ୍କୁ କାବୁ କରି ନେଥଥିଲା। ସେମାନଙ୍କ ନିକଟରୁ ଗୋଟିଏ ଆପାଚି ବାଇକ୍‌, ଏକ ପିସ୍ତଲ ଓ ୫ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି।
ସୂଚନାଯୋଗ୍ୟ ଯେ ଅଳକିଆ ଗାଁର ଅଭିଯୂୁକ୍ତ ସୁବାସ ପ୍ରଧାନ ନାଁରେ ଗୁଜୁରାଟ ସୁରଟର ପଣ୍ଡସରା ଥାନାରେ ଦୁଇଟି ହତ୍ୟାମାମଲା ରହିଛି। ସେହିପରି ମହାରାଷ୍ଟ୍ରର ସୁପାରି କିଲର ଅମର ଓମ୍‌କାର ସୋଲାଙ୍କିି ମଧ୍ୟ ସୁରଟ ଉଦ୍‌ନା ଥାନା ଅଞ୍ଚଳରେ ପ୍ରକାଶ ଦଲାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ଉଭୟ ଅଭିଯୁକ୍ତ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଞ୍ଚଳରେ ଏକ ହତ୍ୟା ଉଦ୍ୟମ ମାମଲାରେ ମଧ୍ୟ ଅଭିଯୁକ୍ତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe