କୋରାପୁଟ ମେଡିକାଲରେ ଦୁଇ ମୁଣ୍ଡିଆ ଅଦ୍ଭୁତ ଶିଶୁ ଜନ୍ମ

ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କୋଟିଆ ଅଞ୍ଚଳର ମହିଳା

କୋରାପୁଟ ମେଡିକାଲରେ ଦୁଇ ମୁଣ୍ଡିଆ ଅଦ୍ଭୁତ ଶିଶୁ ଜନ୍ମ

କୋରାପୁଟ : କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ  ମେଡିକାଲ କଲେଜ ଏବଂ ହସପିଟାଲରେ ପଟାଙ୍ଗୀ ବ୍ଲକ ‌କୋଟିଆ ଅଞ୍ଚଳର ଜଣେ ମହିଳା ଆଜି ଏକ ଅଦ୍ଭୁତ ଶିଶୁ ଜନ୍ମ ଦେଇଛନ୍ତି। ଶିଶୁଟି ଓଜନ ୩୦୦ ଗ୍ରାମ ଓଜନ ରହିଥିବାବେଳେ ୪ଟି ହାତ, ୪ଟିଗୋଡ ରହିଛି । ଏହାସହ  ଲାଗି ରହିଥିବା ଅବସ୍ଥାରେ ୨ଟି ମୁଣ୍ଡ ଓ ୨ଟି ଛାତି ଥିବା ଦେଖିବାକୁ ମିଳିଛି। ଡାକ୍ତରଙ୍କ ସମୟପୋଯୋଗୀ ପଦକ୍ଷେପ ଯୋଗୁଁ ଜଣେ ମହିଳାଙ୍କ ଜୀବନ ବଞ୍ଚିଯିବା ସହ ଶିଶୁ ଟିକୁ ମା'ର ଗର୍ଭାଷୟରୁ ବାହାର କରାଯାଇପାରିଛି ।

ମିଳିଥିବା ସୂଚନା ମୁତାବକ କୋଟିଆ ଅଞ୍ଚଳର ଜଣ‌େ ମହିଳା ଚାରିମାସର ଗର୍ଭବତୀ ହୋଇଥିବାବେଳେ  ପେଟରେ ଯନ୍ତ୍ରଣା ହୋଇଥିଲା। ଅଲଟ୍ରା ସାଉଣ୍ଡ କରିବା ପରେ ଜାଆଁଳା  ଶିଶୁଟି ପେଟରେ ଥିବା ଜଣାପଡିଥିଲା। ଏହି ସମୟରେ ଶିଶୁଟିର ମୁଣ୍ଡ, ଛାତି, ପେଟ ମିଶିଯାଇଥିବା ଦେଖିବାକୁ ମିଳିଥିଲା। ଏହାସହ ପେଟରେ ଶିଶୁ ଟିର ୪ଟି ହାତ ଓ ୪ଟି ଗୋଡ ଅଲଗା ଅଲଗା ରହିଛି। ଡାକ୍ତର ମୁକ୍ତିକାନ୍ତ ଖଟୁଆଙ୍କ କହିବା ଅନୁଯାୟୀ ଶିଶୁଟିର ୨ଟି ହୃତପିଣ୍ଡ ଓ ୨ଟି ମେରୁହାଡ ରହିଛି। ଗର୍ଭଧାରଣକୁ ୪ ମାସ ହୋଇଥିବାବେଳେ ଏହାକୁ ଅଲଟ୍ରା ସାଉଣ୍ଡ ଯୋଗେ ନିଦାନ କରିବା ଅତିବ କଷ୍ଟକର ବୋଲି ସେ କହିଥିଲେ। ତେବେ ମହିଳା ଜଣକ ଏସଏଲଏନ ମେଡିକାଲ କଲେଜ ହସପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଏନେଇ ଥୁରିଆ ଆଶା କର୍ମୀ ପୂର୍ଣ୍ଣିମା ପାଙ୍ଗି କହିଛନ୍ତି ଯେ କୋଟିଅର ଏହି ମହିଳା ଜଣକ ଗର୍ଭ ଯନ୍ତ୍ରଣା ତୀବ୍ର ହେବାରୁ ଅଲଟ୍ରାସାଉଣ୍ଡ କରାଇଥିଲୁ। ଏହି ସମୟରେ ଡାକ୍ତର ଶିଶୁଟି ବିଷୟରେ ଅବଗତ କରାଇଥିଲେ। ଏହାପରେ ପରିବାରବର୍ଗଙ୍କ ସହମତି କ୍ରମେ ଅସ୍ତ୍ରୋପଚାର କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe