ଖୋର୍ଦ୍ଧା: ଦୈିନିକ ସଂକ୍ରମଣ ୨୦୦ ଟପିଲା

Advertisment
କରୋନାରେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ

Halifax News

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆଜି ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଆଜି ଦୈନିକ ସଂକ୍ରମଣ ୨୩୭ ହୋଇଥିବା ବେଳେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ହୋଇଛି। ଜିଲ୍ଲା ଆପାତ୍କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ଖୋର୍ଦ୍ଧାରେ (ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ) ୬୦୯ଟି ରାପିଡ୍ ଆଂଟିଜେନ୍ ଓ ୩୫୬ଟି ଆର୍ଟି-ପିସିଆର୍ ପରୀକ୍ଷଣ କରାଯାଇଥିଲା।

ଏହା ମଧ୍ୟରୁ ୨୩୭ ଜଣଙ୍କ ଠାରେ କରୋନା ପଜିଟିଭ୍ ଥିବା ଚିହ୍ନଟ କରାଯାଇଛି। ଏହା ମଧ୍ୟରୁ ବାଲିଅନ୍ତାରୁ ୨୬, ବାଲିପାଟଣାରୁ ୮, ଭୁବନେଶ୍ୱର ବ୍ଲକରୁ ୨୦, ଜଟଣୀରୁ ୩୫, ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରୁ ୩୫, ବେଗୁନିଆରୁ ୯, ବୋଲଗଡ଼ରୁ ୨୩, ଟାଙ୍ଗୀରୁ ୧୫, ଚିଲିକା- ବାଲୁଗାଁରୁ ୩୯, ବାଣପୁରରୁ ୨୭ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହା ସହ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୩୫ ହୋଇଥିବା ବେଳେ ଆଜି ୧୨୯ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe