ଖୋର୍ଦ୍ଧା: ପୁଲିସ ଏନ୍‌କାଉଣ୍ଟରରେ ୨ କୁଖ୍ୟାତ ଅପରାଧୀ ଆହତ

ଖୋର୍ଦ୍ଧା: ପୁଲିସ ଏନ୍‌କାଉଣ୍ଟରରେ ୨ କୁଖ୍ୟାତ ଅପରାଧୀ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର କାଇପଦର ନିକଟ ଦଳତୋଳା ଜଙ୍ଗଲରେ ଶନିବାର ପୁଲିସର ଏନ୍‌କାଉଣ୍ଟରରେ ଦୁଇ ଜଣ କୁଖ୍ୟାତ ଅପରାଧୀ ପିଣ୍ଟୁ ମାଝୀ ଓ ଉମେଶ ସାହୁ ଗୁରୁତର ହୋଇଛନ୍ତି। ସେମାନଙ୍କ ନାମରେ ଖୋର୍ଦ୍ଧା, ବେଗୁନିଆ ଓ ଜଙ୍କିଆ ଭଳି ଅନେକ ଥାନାରେ ଅପରାଧିକ ମାମଲା ରହିଛି।

ଏହି ଏନ୍‌କାଉଣ୍ଟରରେ ଖୋର୍ଦ୍ଧା ଏସ୍‌ଡିପିଓ, ଟାଉନ ଥାନା ଅଧିକାରୀ, ବେଗୁନିଆ ଥାନା ଅଧିକାରୀ ଓ ସ୍ପେଶାଲ ସ୍କ୍ଵାର୍ଡ ସାମିଲ ଥିଲେ।

publive-image

ଏସ୍‌ଡିପିଓ ସୁଶୀଲ ମିଶ୍ର କହିଛନ୍ତି, ପୁଲିସର ଏନ କାଉଣ୍ଟରରେ ଦୁଇ ଜଣ କୁଖ୍ୟାତ ଅପରାଧୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଉମେଶ ସାହୁ ଏବଂ ପିଣ୍ଟୁ ମାଝୀ। ସେମାନେ ବିଭିନ୍ନ ବୋମାମାଡ଼, ଗୁଲିକାଣ୍ଡ, ବ୍ୟାଙ୍କ ଲୁଟ, ଏଟିମ ଗାଡି ଲୁଟ୍‌, ଜେସିବି ପୋଡିବା ଆଦି ୧୦ ରୁ ଅଧିକ ଅପରାଧିକ ମାମଲାରେ ସଂପୃକ୍ତ ଅଛନ୍ତି। ଡକାୟତଙ୍କ ପାଲଟା ଗୁଳିମାଡ଼ରେ ବେଗୁନିଆ ଥାନା ଅଧିକାରୀ ଏବଂ ସେକଣ୍ଡ ଅଫିସର ଆହତ ହୋଇଥିବା ଜଣାପଡ଼ିଛି। ଏନକାଉଣ୍ଟର ବେଗୁନିଆ ଥାନା ଅନ୍ତର୍ଗତ କଳୁଛୁଆ ଠାରେ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe