ସାବିତ୍ରୀ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା, ୨ ଗୁରୁତର

Advertisment
ସାବିତ୍ରୀ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା, ୨ ଗୁରୁତର

ଭଞ୍ଜନଗର: ଆଉ ଦିନ କେଇଟା ପରେ ସାବିତ୍ରୀ ଅମବାସ୍ୟା। ଭଉଣୀକୁ ସାବିତ୍ରୀ ବ୍ରତ ପାଇଁ ଯୋଗାଡ ଧରି ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଛନ୍ତି ଭାଇ ଓ ତାର ସାଙ୍ଗ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ-ନୟାଗଡ଼ ସୀମାନ୍ତ ଦଶପଲ୍ଲା ରାସ୍ତାର ସିନ୍ଧି ଠାକୁରାଣୀ ମନ୍ଦିର ଠାରେ। ଏହି ଦୁର୍ଘଟଣାରେ ତାରସିଂ ଥାନା କଳିଙ୍ଗପଦର ଗ୍ରାମର ଲାଲୁ ପ୍ରସାଦ ଓଦଣ୍ଡ୍ରା (୨୯) ଏବଂ ତାର ସାଙ୍ଗ ନନ୍ଦନ ନାୟକ(୩୦) ଗୁରୁତର ଭାବେ ଆହାତ ହୋଇଛନ୍ତି। ସେମାନଙ୍କୁ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଲାଲୁର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ନନ୍ଦନର ଶରୀର ଏବଂ ମୁହଁରେ ଆଘାତ ଲାଗିଛି। ଉଭୟଙ୍କ ଅବସ୍ଥାର ଗୁରୁତର ରହିଥିବାରୁ ଡାକ୍ତର ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।

ସୂଚନା ଅନୁଯାୟୀ, ଲାଲୁ ଏବଂ ନନ୍ଦନ ଉଭୟେ ଦଶପଲ୍ଲା ଠାରେ ବିବାହ କରିଥିବା ନିଜ ଭଉଣୀ ନିକଟକୁ ନିଜ ବାଇକ୍‌ରେ ସାବିତ୍ରୀ ଯୋଗାଡ଼ ନେଇ ଯାଉଥିଲେ। ଏହି ସମୟରେ ସିନ୍ଧି ଠାକୁରାଣୀ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଅଟୋ ଚାଳକ ସାମାନ୍ୟ ଆହାତ ହୋଇଥିବା ବେଳେ ଉଭୟ ସାଙ୍ଗ ଗୁରୁତର ଆହାତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe