୫୫ ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା; ଦୁଇ ଗୁରୁତର

Advertisment
୫୫ ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା; ଦୁଇ ଗୁରୁତର

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କାରଗିଲ ପେଟ୍ରୋଲ ପମ୍ପ ନିକଟରେ ଦୁଇ ଟ୍ରକ ମଧ୍ୟରେ ଦୁର୍ଘଟଣା। ଅନୁଗୁଳରୁ ବଅଁରପାଳ ଅଭିମୁଖେ ଆସୁଥିବା ଟ୍ରକ (ଓଡି୦୪ପି ୯୦୮୧) ଓ ବିପରୀତ ଦିଗରୁ ଆସୁଥିବା ଆଉ ଏକ ଟ୍ରକ୍ (ଓଡି ୨୯ଜି ୩୪୯୮) ମୁହାମୁହିଁ ଧକ୍କା ହୋଇଥିଲା। ଦୁଇ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଦୁଇ ଡ୍ରାଇଭରଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଥିଲା। ତେବେ ଖବର ପାଇ ତୁରନ୍ତ ନାଲକୋ ଥାନା ଅଧିକାରୀ ପହଁଚି ଟ୍ରକ୍ ଦୁଇଟିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe