ଓଲଟିଲା ଚାଉଳ ବୋଝେଇ ଟ୍ରକ, ୨ ଆହତ

ଓଲଟିଲା ଚାଉଳ ବୋଝେଇ ଟ୍ରକ, ୨ ଆହତ

ଲାଞ୍ଜିଗଡ଼: ଭବାନୀପାଟଣା- ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ ଲାଞ୍ଜିଗଡ଼ ବ୍ଲକ୍‌ କିଡିଙ୍ଗ ଗାଁସ୍ଥିତ ବେହେରା ପୋଲ ଉପରେ ଗୁରୁବାର ଭୋର୍‌ ୫ଟାରେ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ପଡ଼ିଥିଲା। ଏଥିରେ ଚାଳକ ଓ ସହଯୋଗୀ ଆହତ ହୋଇଥିଲେ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଏକ ଟ୍ରକ୍‌ (ସିଜି-୦୬-ଜିଜେଡ୍-୪୮୩୮) ଚାଉଳ ନେଇ ବିଶାଖାପାଟଣା ଆଡ଼କୁ ଯାଉଥିବା ବେଳେ ବେହେରା ପୋଲ ଉପରେ ଓଲଟି ପଡ଼ିଥିଲା। ଏଥିରେ ଚାଳକ ଓ ସହଯୋଗୀ ଗୁରୁତର ଆହତ ହୋଇଥିଲେ। ଅନ୍ୟ ଟ୍ରକ୍‌ର ଚାଳକମାନେ ଉଭୟଙ୍କୁ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଥିଲେ। ସିକେରକୁପା ଫାଣ୍ଡି ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ବେହେରା ପୋଲ ଏବେ ମରଣଯନ୍ତା ପାଲଟିଛି। ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଛି। ବେହେରା ପୋଲ ନିକଟରେ ଥିବା ବୁଲାଣି ଜାଗାକୁ ଚିହ୍ନଟ କରିବା ସହିତ ତୁରନ୍ତ ପଦକ୍ଷେପ ନେବା ପାଇଁ ବାରମ୍ବାର ଦାବି ହେଉଥିଲେ ବି କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe