ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା: ୨ ଗୁରୁତର

Advertisment
ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା: ୨ ଗୁରୁତର

Sambad

ବୈପାରିଗୁଡା: ଗ୍ୟାସ ଲିକ୍ ହୋଇ ଘରେ ନିଆଁ ଲାଗିଯିବା ସହ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରପଡା ପଞ୍ଚାୟତର ଖରାଗୁଡାରେ ବାସ କରୁଥିବା ଦୀନବନ୍ଧୁ ଖରା (୩୨)ଙ୍କ ରୋଷେଇ ଘରେ ଆଜି ସକାଳ ସାଢେ଼ ଆଠଟା ସମୟରେ ରୋଷେଇ ଚାଲିଥିଲା। ଦୀନବନ୍ଧୁ ଖରାଗୁଡାରେ ଏକ କିରାଣୀ ଦୋକାନ କରିଥିବା ବେଳେ ତାଙ୍କ ସ୍ତ୍ରୀ ଦୋକାନରେ ଜିନିଷ ବିକ୍ରି କରୁଥିବା ବେଳେ ଦୀନବନ୍ଧୁ ନିଜ ଦୁଇ ବର୍ଷର ଶିଶୁକନ୍ୟାଙ୍କ ସନ୍ତୋଷି ସହ ରୋଷେଇ କରୁଥିଲେ। ଅକସ୍ମାତ ଗ୍ୟାସ୍ ଲିକ୍ ହେବା ଫଳରେ ରୋଷେଇ ଘର ସମେତ ଦୁଇ ବଖରା ଘର ପୋଡି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଦୀନବନ୍ଧୁ ଏବଂ ତାଙ୍କ ଦୁଇ ବର୍ଷର ଝିଅ ସନ୍ତୋଷୀଙ୍କ ହାତ ପୋଡ଼ି ଯାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟଙ୍କ ହାତ ପୋଡ଼ି ଯାଇଥିବା ବେଳେ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ଖବର ପାଇ ବୈପାରିଗୁଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଗ୍ରାମବାସୀ ମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପରେ ପ୍ରାୟ ୧୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତି ପୋଡ଼ି ପାଉଁଶ ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଗ୍ନିଶମ ବାହିନୀର ହାବିଲଦାର ଉମେଶ ଚନ୍ଦ୍ର ବାଗ୍, ଗାଡ଼ି ଚାଲକ ଅଚ୍ୟୁତ ଓରାମ, ଆଗ୍ନିକ ଠାକୁର ଚାଲାଣ, ଗୋବର୍ଦ୍ଧନ ହିକିମ୍, ଏସଡି ଶବର ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe