ବାଇକ ଦୁର୍ଘଟଣାରେ ୨ ଗୁରୁତର

Advertisment
ବାଇକ ଦୁର୍ଘଟଣାରେ ୨ ଗୁରୁତର

ଦେବଗଡ: ରବିବାର ମଧ୍ୟାହ୍ନ ସମୟରେ ଦେବଗଡ ଥାନା ବିଜୟନଗର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସମରଖାଇ ଗ୍ରାମର ନାରାୟଣ ମହାକୁଳଙ୍କ ପୁଅ ବୁଲୁ ମହାକୁଳ (୨୪) ଓ ଡାକ୍ତର ଲୁହୁରାଙ୍କ ପୁଅ ଧିରେନ ଲୁହୁରା ବାଇକ ଯୋଗେ ବାରକୋଟ ପଟୁ ନିଜ ଗାଁ ସମରଖାଇ ଆସୁଥିଲେ। ବାଇକ ଚାଳକ ଭାରସାମ୍ୟ ହରାଇବାରୁ ବାଇକ ସହ ସେମାନେ ରାସ୍ତା ଉପରକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଗୁରୁତର ଅବସ୍ଥାରେ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe