ବୁଗୁଡ଼ାରେ ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ, ୨ ଗୁରୁତର

Advertisment
ବୁଗୁଡ଼ାରେ ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ, ୨ ଗୁରୁତର

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଘଟିଛି ଗୁଳିକାଣ୍ଡ। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଖଣ୍ଡା ଚୋଟରେ ମଧ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି। ଗୁଳିମାଡ଼ରେ ଆହତ ଦୁଇ ଯୁବକ ହେଲେ ଗୋଲିଆ ଗ୍ରାମର ସନାତନ ବାଡ଼ତ୍ୟା ଓ ବାଦୁଆ ଗ୍ରାମର ଅନିଲ ଦୋରା ଏବଂ ଖଣ୍ଡା ଚୋଟରେ ଗୋଲିଆର ରାଜା ଜେନା ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ସନାତନଙ୍କ ଡାହାଣ ପଟ ପିଠି ଓ ଅନିଲଙ୍କ ବାମ ପଟ ପିଠିରେ ଗୁଳି ବାଜିଥିବା ବେଳେ ଉଭୟଙ୍କୁ ବୁଗୁଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠାଇ ଦିଆଯାଇଛି। ଉଭୟଙ୍କ ଶରୀରରେ ଗୁଳି ରହିଥିବା ନେଇ ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳ ସୂଚନା ଦେଇଛନ୍ତି।

publive-image

ଘଟଣା ପରେ ଏସ.ଡି.ପି.ଓ ଓ ଆଇ.ଆଇ.ସିଙ୍କ ନେତୃତ୍ୱରେ ପୁଲିସ ବାହିନୀ ଗୋଲିଆ ଗ୍ରାମକୁ ନାକାବନ୍ଦୀ କରି ତଦନ୍ତ ଚଳାଇ ଥିବା ବେଳେ ଗୁଳିକାଣ୍ଡର କାରଣ ଜଣାପଡ଼ିନଥିବା ଆଇ.ଆଇ.ସି. ଚିତ୍ତରଞ୍ଜନ ବେହେରା କହିଛନ୍ତି। ମଦ କାରବାରକୁ ନେଇ ଭଙ୍ଗାରୁଜା ହୋଇଥିବା ଏବଂ ଗୋଲିଆର ଜଣେ ଯୁବକକୁ ଶତ୍ରୁସୋଲ ତୋଟାରେ ସଙ୍ଘବଧ ଆକ୍ରମଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe