ପୃଥକ ପୃଥକ ସ୍ଥାନରେ ଭାଲୁ, ବାର୍‌ହା ଆକ୍ରମଣରେ ଦୁଇ ଗୁରୁତର

ପୃଥକ ପୃଥକ ସ୍ଥାନରେ ଭାଲୁ, ବାର୍‌ହା ଆକ୍ରମଣରେ ଦୁଇ ଗୁରୁତର

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବାଦାମପାହାଡ଼ ଓ ବହଳଦା ରେଞ୍ଜ ଅଞ୍ଚଳରେ ଭଲୁ ଓ ବାର୍‌ହା ଅକ୍ରମଣରେ ଜଣେ ମହିଳା ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ବାଦାମପାହାଡ ରେଞ୍ଜ ତଳାପାତି ପଞ୍ଚାୟତ ଧାକଟା ଗ୍ରାମର ସ୍ବର୍ଗତ ଗାଲୁରାମ ହେମ୍ବ୍ରମର ପୁତ୍ର ବିନୁ ସିଂହ ହେମ୍ବ୍ରମ(୪୬) ନିଜ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଗୋରୁ ଚୋରାଇବାକୁ ଯାଇଥିବା ବେଳେ ଗୋଟିଏ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ପ୍ରତି ଆକ୍ରମଣରେ ନିଜକୁ ବଞ୍ଚାଇ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। କିନ୍ତୁ ଗୁରୁତର ଆହତ ଅବସ୍ଥାରେ ପରିବାର ଲୋକେ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ସେହିପରି ବହଳଦା ରେଞ୍ଜ ନିକଟସ୍ଥ ତିରିଂ ଥାନା ସନ୍ନିକଟ ତିରିଂ ରିଜର୍ଭ ଜଙ୍ଗଲକୁ ରଘୁନାଥପୁର ଗ୍ରାମର ଉଦୟ ବାନରାର ସ୍ତ୍ରୀ ନନ୍ଦି ବାନରା (୩୬) ଗୋରୁ ଚରାଇବାକୁ ଯାଇଥିଲା।

ସେଠାରେ ଗୋରୁ ଚରାଉ ଥିବା ବେଳେ ଏକ ଜଙ୍ଗଲୀ ବାର୍‌ହା ଦଳ ହାବୁଡ଼ରେ ପଡି ଯାଇଥିଲେ। ସେଥି ମଧ୍ୟରୁ ଏକ ବଡ଼ ବାର୍‌ହା ଆସି ଶ୍ରୀମତି ବାନରାଙ୍କୁ  ଆକ୍ରମଣ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲା। ଗ୍ରାମବାସୀ ତୁରନ୍ତ ଘଟଣା ସ୍ଥଳରୁ ଉଦ୍ଧାର କରି ତିରିଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଡାକ୍ତରଖାନାରେ ଜଙ୍ଗଲ ବିଭାଗର କର୍ମଚାରୀ ପହଞ୍ଚି ତୁରନ୍ତ ଉଭୟ ଆହତ ମାନଙ୍କୁ ଚିକିତ୍ସା ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe