ସଡ଼କ ଦୁର୍ଘଟଣାରେ ୨ ଆହତ 

Advertisment
ସଡ଼କ ଦୁର୍ଘଟଣାରେ ୨ ଆହତ 

ବିନିକା: ସୋନପୁର -ବିନିକା –ଡୁଙ୍ଗୁରିପାଲି ଏମ୍‌ଡିଆର୍‌ ୩୯ ରାସ୍ତାର ସିଂଘିଯୁବା ପାଣିଟାଙ୍କି ପାଖରେ ଥିବା ବିରାଟ ଗର୍ତ୍ତରେ ପଡ଼ି ଏକ ଦମ୍ପତି ଆହତ ହୋଇଥିବା ଜଣାଯାଇଛି। ବଲାଙ୍ଗୀର ଜିଲ୍ଲା ଆଗଲପୁର ଗାଁର ଚନ୍ଦ୍ରମଣି ମେହେର (୪୭) ଓ ଆନନ୍ଦିନୀ ମେହେର (୪୨) ଏକ ବାଇକ୍‌ରେ ଦାନ୍ତ ଚିକିତ୍ସା ପାଇଁ ଶାଶୂଘର ବିନିକାକୁ ଆସୁଥିଲେ। ସିଂଘିଯୁବା ପାଣିଟାଙ୍କି ନିକଟରେ ଥିବା ଗର୍ତ୍ତରେ ବାଇକ୍‌ଟି ପଡ଼ିଯିବାରୁ ଉଭୟେ ଛିଟିକି ପଡ଼ିଥିଲେ। ବିନିକା ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ଆନନ୍ଦିନୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଏହି ରାସ୍ତାରେ ବଡ଼ ବଡ଼ ଗାତ ଥିବାରୁ ପ୍ରତିଦିନ ଦୁର୍ଘଟଣା ହେଉଛି। କେତେ ଲୋକଙ୍କ ଜୀବନ ବି ଗଲାଣି। ମାତ୍ର ଏହାର ମରାମତି କରାଯାଉ ନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ବିଷୟରେ ସୋନପୁର ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ଦାମୋଦର କୈବର୍ତ୍ତଙ୍କୁ ପଚରାଯିବାରୁ, ଖୁବ୍‌ ଶୀଘ୍ର ଏହି ରାସ୍ତା ମରାମତି ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe