ରାୟଗଡ଼ାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍, ଲୁଟ୍ ୨୦ ହଜାର ଟଙ୍କା ସହ ସୁନା ଉଦ୍ଧାର, ୨ ଗିରଫ

Advertisment

୨ ଲୁଟେରାଙ୍କ ନାଁରେ ରାଜ୍ୟର ବହୁ ଥାନାରେ ରହିଛି ମାମଲା, ଚୋରିରେ ବ୍ୟବହୃତ ୨ ବାଇକ ଜବତ, ମାଷ୍ଟର ମାଇଣ୍ଡ ଫେରାର୍

୨ ଲୁଟେରାଙ୍କ ନାଁରେ ରାଜ୍ୟର ବହୁ ଥାନାରେ ରହିଛି ମାମଲା, ଚୋରିରେ ବ୍ୟବହୃତ ୨ ବାଇକ ଜବତ, ମାଷ୍ଟର ମାଇଣ୍ଡ ଫେରାର୍

ରାୟଗଡ଼ାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍, ଲୁଟ୍ ୨୦ ହଜାର ଟଙ୍କା ସହ ସୁନା ଉଦ୍ଧାର, ୨ ଗିରଫ

ରାୟଗଡ଼ା: ରାୟଗଡ଼ାରେ ମାତିଛନ୍ତି ଆନ୍ତଃରାଜ୍ୟ ଲୁଟେରା। ବନ୍ଦ ଘରକୁ ଟାର୍ଗେଟ୍ କରି ବୁଲାଉଛନ୍ତି କଳାକନା। ସହରର ବିଭିନ୍ନ ସ୍ଥାନରେ ଚୋରି ବୃଦ୍ଧି ପାଇବା ପରେ ପୁଲିସ୍ ତତ୍ପର ହୋଇ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଆଜି ରାୟଗଡ଼ା ପୁଲିସ୍ ୨ ଜଣ ଆନ୍ତଃ ରାଜ୍ୟ ଲୁଟେରାକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୦ ହଜାର ଟଙ୍କା, ସୁନା ହାର ଓ ସୁନା କାନ ଫୁଲକୁ ଜବତ କରିଛି। ଗିରଫ ହୋଇଥିବା ଦୁଇ ଲୁଟେରାଙ୍କ ନାଁରେ ରାଜ୍ୟର ଅନ୍ୟ ଥାନାରେ ମାମଲା ରହିଥିବା ପୁଲିସ୍ ତଦନ୍ତରୁ ଜଣାପଡ଼ିଛି।

ପୁଲିସ୍ ସୂଚନା ମୁତାବକ, ୨୦୨୦ ଡିସେମ୍ବର ୨୭ ତାରିଖରେ ଗୌତମ ନଗର ଷଷ୍ଠ ଲାଇନରେ ରହୁଥିବା ଲିଙ୍ଗରାଜ ଲେଙ୍କା ସପରିବାର ନିଜ ଗାଁ ପୁରୀ ଜିଲ୍ଲାର ଅସ୍ତରଙ୍ଗକୁ ଯାଇଥିଲେ। ଲିଙ୍ଗରାଜଙ୍କ ଜେଜେ ବାପାଙ୍କ ମୃତ୍ୟୁ ହେବା କାରଣରୁ ଶେଷକୃତ୍ୟରେ ଯୋଗ ଦେବାକୁ ଘରେ ତାଲା ପକାଇ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଲିଙ୍ଗରାଜଙ୍କ ଘର ତାଲା ଭାଙ୍ଗି ଭିତରେ ପଶି ୩୮ ଗ୍ରାମ ସୁନା ସହ ୧ ଲକ୍ଷ ଟଙ୍କା ଚୋରି କରି ନେଇଛନ୍ତି। ଦଶାହ କାର୍ଯ୍ୟ ସାରି ଲିଙ୍ଗରାଜଙ୍କ ପୁଅ ଆଶିଷ ଲେଙ୍କା ଜାନୁଆରୀ ୫ ତାରିଖରେ ରାୟଗଡ଼ା ଫେରିବା ପରେ ଘରର ମୁଖ୍ୟ କବାଟ ଖୋଲାଥିବା ଏବଂ ଘର ଭିତରେ ଥିବା ଆଲମାରୀ ଭଙ୍ଗାଯାଇଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ଆଶିଷ ଏ ନେଇ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଏସଡିପିଓ ତପନ ନାରାୟଣ ରଥ, ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୁଲିସ୍ ଚୋରି ମାମଲାକୁ ଗୁରୁତର ସହ ନେଇ ଗୁଇନ୍ଦା ସୂଚନା ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ଚୋରି ସୁନା ବିକ୍ରି ପାଇଁ ଲୁଟେରାମାନେ ଯୋଜନା କରୁଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ପୁଲିସ୍ ଖବର ପାଇ ଚଢ଼ାଉ କରି ଲୁଟେରାଙ୍କୁ କାବୁ କରିଥିଲା। ଗିରଫ ହୋଇଥିବା ଦୁଇ ଲୁଟେରାଙ୍କ ନିକଟରୁ ଚୋରି ଟଙ୍କା, ସୁନା ସହ ଚୋରିରେ ବ୍ୟବହୃତ ପଲସର୍ ଓ ଟିଭିଏସ୍ ବାଇକକୁ ପୁଲିସ୍ ଜବତ କରିଛି। ଗିରଫ ଦୁଇ ଲୁଟେରାଙ୍କ ନାଁରେ ରାୟଗଡ଼ା ଥାନାରେ ପୂର୍ବରୁ ଏକ ଠକେଇ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe