୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଗଲେ ୨ କିରାଣି

Advertisment
ଦୁର୍ନୀତି ପାଖେ ପହଞ୍ଚିପାରୁନି କି ଭିଜିଲାନ୍ସ? ମାତ୍ର ୩୧୦ ଅଭିଯୋଗ ପାଇଛି ଭିଜିଲାନ୍ସ

Ommcom News

ବ୍ରହ୍ମପୁର: ଲାଞ୍ଚ ନେବା ଅଭିଯୋଗରେ ଆଜି ଗଂଜାମ ଜିଲ୍ଲା ଶିକ୍ଷା ବିଭାଗର ଦୁଇ ଜଣ କନିଷ୍ଠ କିରାଣୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଗିରଫ କରିଛି। ସେମାନେ ହେଲେ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନି‌ଷ୍ଠ କିରାଣି ସୁଶୀଲ କୁମାର ପଟ୍ଟନାୟକ ଏବଂ ଆସ୍କା ସ୍ଥିତ ଜୟପୁର ନୋଡ଼ାଲ୍ ହାଇସ୍କୁଲର କନିଷ୍ଠ କିରାଣି ପ୍ରଦୀପ କୁମାର ମହାନ୍ତି। ଉକ୍ତ ବିଦ୍ୟାଳୟର ଅବସରପ୍ରାପ୍ତ ସାଇନ୍ସ ଆଟେଣ୍ଡାଣ୍ଟ କାଳୀଚରଣ ପାଣିଗ୍ରାହୀଙ୍କ ପେନ୍‌ସନ୍ ଏବଂ ଅନ୍ୟାନ୍ୟ ସୁବିଧା ଚୂଡ଼ାନ୍ତ କରାଇବା ପାଇଁ ଦୁହେଁ ୧୦ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡ଼ିଛି।

ଭିଜିଲାନ୍ସ ବିଭାଗର ସୂଚନା ମୁତାବକ, ଶ୍ରୀ ପାଣିଗ୍ର୍ରାହୀଙ୍କୁ ଦୁଇ ଅଭିଯୁକ୍ତ ୧୦ହଜାର ଟଙ୍କା ଲାଂଚ ମାଗିଥିଲେ। ଏନେଇ ସେ ଭିଜିଲାନ୍ସକୁ ଜଣାଇବା ପରେ ଉକ୍ତ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। କେମିକାଲ୍ ବୋଳା ଟଙ୍କା ‌ଦିଆଯାଇ କାଳୀଚରଣଙ୍କୁ ପଠାଯାଇଥିଲା। ସେ ସେହି ଟଙ୍କା ପ୍ରଦୀପଙ୍କୁ ଦେଇଥିଲେ। ପ୍ରଦୀପ ଉକ୍ତ ଟଙ୍କାରୁ ୭ହଜାର ଟଙ୍କା ସୁଶୀଲଙ୍କୁ ପ୍ରଦାନ କରିଥିଲେ। ଭିଜିଲାନ୍ସ ଟିମ୍ ଚଢ଼ାଉ କରି ପ୍ରଦୀପଙ୍କ ସାର୍ଟ ପକେଟରୁ ୩ହଜ‌ହାର ଟଙ୍କା ଏବଂ ସୁଶୀଲଙ୍କ କାର୍ଯ୍ୟାଳୟ ସ୍ଥିତ ଆଲମିରାରୁ ୭ହଜାର ଟଙ୍କା ଜବତ କରିଥିଲା। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ କେସ୍‌ନଂ ୧୭/୨୦୨୨ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe