କାଜୁ ଜଙ୍ଗଲ ନିଲାମକୁ ନେଇ ଗୋଷ୍ଠୀ ସଂଘର୍ଷ: ୨ ମୃତ, ୧୨ ଆହତ

Advertisment
କାଜୁ ଜଙ୍ଗଲ ନିଲାମକୁ ନେଇ ଗୋଷ୍ଠୀ ସଂଘର୍ଷ: ୨ ମୃତ, ୧୨ ଆହତ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଇପଡା ପଚାଂୟତ ଅଧୀନ ରାଣୀଗାଡିଆ ଗାଁରେ ଶୁକ୍ରବାର ସକାଳୁ କାଜୁ ଜଙ୍ଗଲ ନିଲାମକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାଯାଇଛି । ତେବେ ଏହି ଗୋଷ୍ଠୀ ସଂଘର୍ଷରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହାତ ହୋଇଥ୍‌ôବା ଜଣାଯାଇଛି । ତେବେ ଆହାତ ମାନଙ୍କୁ  ପ୍ରଥମେ ଟାଙ୍ଗୀ ହସ୍ପିଟାଲ ଓ ପରେ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଗ୍ରାମରେ ଉତ୍ତେଜନା ଲାଗିରହିଛି । ମୃତକ ମାନେ ହେଲେ ଡୁଙ୍ଗ ପ୍ରଧାନ (୪୦) ଓ ବିରଂଚି ପ୍ରଧାନ (୫୫) ।

ଅଭିଯୋଗ ମୁତାବକ ରାଇପଡା ଗାଁର ସୁବଳ ପ୍ରଧାନଙ୍କ ପୁଅ ବେଣୁଧର ପ୍ରଧାନ ରଣପୁର ବ୍ଲକ ଅନ୍ତର୍ଗତ ରାଇପଡା ପଚାଂୟତ ଅଧୀନ କଦମଝୋଲା-୩ କାଜୁ ଜଙ୍ଗଲରୁ ମଞ୍ଜି ସଂଗ୍ରହ କରିବା ପାଇଁ ଭୂବନେଶ୍ୱରସ୍ଥିତ ଓଡିଶା କାଜୁ ଉନ୍ନୟନ ନିଗମ ତରଫରୁ ନିଲାମ ପାଇଥିଲେ । ଏ ନେଇ ଆଜି ୮ ଜଣ ଲୋକ ୯ ବସ୍ତା ମଞ୍ଜି ସଂଗ୍ରହ କରିଥିବା ବେଳେ ହଠାତ୍ ପୂର୍ବାହ୍ନ ୯ ଟାରେ ରାଇପଡା ନୂଆସାହିର ଅଶୋକ ଭଟ୍ଟ, କେଳୁ ବେହେରା, ସୁର ମାଝି, ହାଡିଆ ବେହେରା, ବ୍ରହ୍ମଚାରୀ ମାଝି, ଧନୁ ବେହେରା, ହାଡିଆ ପଲ୍ଲେଇଙ୍କ ସମେତ ୩୦/୪୦ ଜଣ ବ୍ୟକ୍ତି ହାତରେ ଖଣ୍ଡା ଧରି ଅତର୍କିତ ଆକ୍ରମଣ କରିଥିଲେ ।  ଡୁଙ୍ଗ ପ୍ରଧାନ ଓ ବିରଂଚି ପ୍ରଧାନଙ୍କୁ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡୁଙ୍ଗଙ୍କର ମୃତ୍ୟୁ ଘଟିଥିଲା । ପରେ ବିରଂଚିଙ୍କୁ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।

ସେହିପରି ଆକ୍ରମଣରେ ରାଧା ପ୍ରଧାନ(୨୫), ସତ୍ୟ ନାୟକ (୪୦), ବସନ୍ତ ନାୟକ (୪୫), ଶାନ୍ତି ନାୟକ (୪୦), ସବିତା ନାୟକ (୩୦), ପଂଚେଇ ନାୟକ(୪୦), ସୁମି ନାୟକ (୨୮), ମଞ୍ଜୁ ନାୟକ (୩୫), ଭଜି ପ୍ରଧାନ (୨୨) ଆଦି ଆହତ ହୋଇଥିବା ବେଳେ ବିପକ୍ଷ ଗୋଷ୍ଠୀର ଅନନ୍ତ ବେହେରା (୫୦), ଗଜି ବେହେରା (୫୨), ଅଜୟ ବେହେରା (୨୫) ଆହାତ ହୋଇ ଟାଙ୍ଗୀ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାଯାଇଛି ।

publive-image

ଅପରପକ୍ଷେ ରାଣିଗାଡିଆ-ବଳରାମପୁର ମୌଜାରେ ଥିବା କାଜୁ ଜଙ୍ଗଲକୁ ରାଇପଡା ଗାଁର ନକୁଳ ଭୁଜବଳ ନାମକ ଜଣେ ବ୍ୟକ୍ତି କୁଆଡେ ୨୦୧୭-୧୮ ମସିହା ପାଇଁ ଭୂବନେଶ୍ୱର ସ୍ଥିତ ଓଡିଶା କାଜୁ ଉନ୍ନୟନ ନିଗମ ତରଫରୁ ନିଲାମ ପାଇଥ୍‌ôଲେ । ଏ ନେଇ ସେ କାଜୁ ସଂଗ୍ରହ କରିଥିଲେ । କିନ୍ତୁ ପରବର୍ତ୍ତି ସମୟରେ ଉକ୍ତ କାଜୁ ଜଙ୍ଗଲକୁ ଆଉ ନିଲାମ ଦିଆଯାଇନଥିଲା । ଫଳରେ ଆଦିବାସୀ ସାହିର ଲୋକମାନେ ଜୋରଜବରଦସ୍ତ ମଞ୍ଜି ସଂଗ୍ରହ କରିବା ସାଙ୍ଗକୁ ଭୁଜବଳ ଗୋଷ୍ଠୀଙ୍କୁ କାଜୁ ଜଙ୍ଗଲ ଭିତରକୁ ପ୍ରବେଶ କରାଇଦେଉନଥ୍‌ôଲେ । ଏ ନେଇ ଦୀର୍ଘ ୩ ବର୍ଷ ଧରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିବା ବେଳେ ଆଜି ଏହାଉଗ୍ର ରୂପ ଧାରଣା କରିଥିଲା । ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଗଲା ବୋଲି ସରପଚଂ ବ୍ରହ୍ମାଚାରୀ ମାଝୀ କହିଛନ୍ତି ।

କାହିଁ କେଉଁ ଅମଳରୁ ଆଦିବାସୀମାନେ ଜଙ୍ଗଲ ଜମି ଜଗି ଆସୁଥିବା ବେଳେ ଜଙ୍ଗଲଜାତ ଦ୍ରବ୍ୟ ତଥା କାଜୁ ଫସଲ ବିକି ଗୁଜୁରାଣ ମେଂଟାଇଥାନ୍ତି । ଏପରିକି ଏହି ବିବାଦ ଦୀର୍ଘ ବର୍ଷ ଧରି ସବର୍ଣ୍ଣ ଓ ଅସବର୍ଣ୍ଣ ଙ୍କ ମଧ୍ୟରେ ଲାଗି ରହିଥିବା ବେଳେ ଅନୁରୂପ ଭାବେ ୧୯୯୯ ମସିହାରେ ବାଉରୀ ବନ୍ଧୁ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ପ୍ରାଣ ହାନୀ ଘଟିଥିଲା । ତେବେ ସ୍ଥାନୀୟ ପ୍ରଶାସନ ଓ ପୁଲିସର ଅପାରକତା ଯୋଗୁ ଏଭଳି ନାରକୀୟ କାଣ୍ଡ ଘଟିଲା ବୋଲି ବୁଦ୍ଧିଜୀବୀ ମାନେ ମତ ପୋଷଣ କରିଛନ୍ତି । ଘଟଣାସ୍ଥଳରେ ଏସଡିପିଓ ଏସ.ଟପୋ ଓ ଆଇଆଇସି ଡି. ନାହାକ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe