ରାଜ୍ୟ ସରକାରଙ୍କ ୫-ଟି ଛାଟ: ମାଲକାନଗିରି ଡିଏସଡବ୍ଲ୍ୟୁଓ ଓ ସିଡିପିଓ ନିଲମ୍ବିତ

Advertisment
ରାଜ୍ୟ ସରକାରଙ୍କ ୫-ଟି ଛାଟ: ମାଲକାନଗିରି ଡିଏସଡବ୍ଲ୍ୟୁଓ ଓ ସିଡିପିଓ ନିଲମ୍ବିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ ଏବଂ ମାଲକାନଗିରି ସମନ୍ଵିତ ଶିଶୁ ବିକାଶ ଅଧିକାରୀ ବିପୁଳା ସର୍ଦ୍ଦାରଙ୍କ ଉପରେ ରାଜ୍ୟ ସରକାରଙ୍କର ୫-ଟି ଛାଟ ପଡିଛି। ନିଲମ୍ବନ ପୂର୍ବରୁ ଜିଲ୍ଲାପାଳ ଏହି ଦୁଇ ଅଧିକାରଙ୍କର ସମସ୍ତ ଦୁର୍ନୀତିକୁ ନେଇ ତଦନ୍ତ କରିଥିଲେ। ତଦନ୍ତ ପରେ ଏହି ରିପୋର୍ଟକୁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରିଥିଲେ। ରାଜ୍ୟ ସରକାର ଜିଲ୍ଲାପାଳଙ୍କ ସୁପାରିଶ ପ୍ରକାରେ ୫-ଟି ଅନୁଯାୟୀ ଡିଏସଡବ୍ଲ୍ୟୁଓ ଏବଂ ସିଡିପିଓଙ୍କୁ ନିଳମ୍ବନ କରିଛନ୍ତି।

ଦୁର୍ନୀତି ଏବଂ ପିସି କାରବାରରେ ବୁଡ଼ି ରହିଥିବା ମାଲକାନଗିରି ସିଡିପିଓ ବିପୁଳା ସର୍ଦ୍ଦାରଙ୍କ ନାମରେ ଅଭିଯୋଗ ରହିଥିଲା। ବିପୁଳା ସୁପରଭାଇଜର ଥିବା ସମୟରେ ବ୍ୟାପକ ଦୁର୍ନୀତି କରିବା ସହ ପିସି କାରବାରରେ ଲିପ୍ତ ରହିଥିଲେ। କୋରକୋଣ୍ଡା ଏବଂ ପଡିଆ ବ୍ଲକରେ କାର୍ଯରତ ଥିବା ସମୟରେ ସେ ଟଙ୍କା ହେରଫେର କରିବା ସହ ବିଭାଗର ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ସେତେବେଳେ ସେ ଏକାଧିକ ଥର ନିଳମ୍ବିତ ହୋଇଥିଲେ। ଏତେ ଦୁର୍ନୀତିରେ ବୁଡ଼ି ରହିବା ସହ ବାରମ୍ବାର ନିଳମ୍ବିତ ହୋଇଥିବା ଜଣେ ସିଡିପିଓଙ୍କୁ ଜିଲ୍ଲା ସମାଜ ମଂଗଳ ଅଧିକାରୀ ପଦନ୍ନୋତି ଦେଇଥିଲେ। ଯାହାକି ତତ୍କାଳୀନ ଜିଲ୍ଲାପାଳ ତଦନ୍ତ କରିବା ପରେ ପଦନ୍ନୋତି ଦେବା ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି। କିନ୍ତୁ ସେହି ନିର୍ଦେଶକୁ ଖାତିର ନକରି ଡିଏସଡବ୍ଲୁଓ ତାଙ୍କୁୁ ପଦନ୍ନୋତି ଦେଇଥିଲେ।

ମାଲକାନଗିରି ଜିଲ୍ଲାରେ ଚାଲିଥିବା ଛତୁଆ ବଣ୍ଟନରେ ମଧ୍ୟ ହେରଫେର ହୋଇଥିବା ଆଲୋଚନା ଜୋର ଧରିଛି। ସିଡିପିଓ କିପରି ନିଜର ସଦର ବ୍ଲକରେ ପଦନ୍ନୋତି ପାଇଲେ ଏବଂ କୋରକୋଣ୍ଡାରେ ଥିବା ବେଳେ କ୍ରୟ ସାମଗ୍ରୀ, ରନ୍ଧା ଖାଦ୍ୟ, ଛତୁଆ ଇତ୍ୟାଦିରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ କରାଯାଇଥିଲା। ଯାହାକୁ ନେଇ ତଦନ୍ତ ପରିସରଭୁକ୍ତ ହୋଇଥିଲେ ସିଡିପିଓ ବିପୁଳା ସରଦ୍ଦାର। ପ୍ରଥମେ ସିଡିପିଓଙ୍କୁ ନିଳମ୍ବିତ କରାଯାଇଥିଲା। ପରେ ତାଙ୍କୁୁ ସହଯୋଗ କରିଥିବା ନେଇ ଅଭିଯୋଗ ହେବା ପରେ ଡିଏସଡବ୍ଲୁଓ ସ୍ୱର୍ଣ୍ଣଲତା ବିଶ୍ୱାସଙ୍କୁ ମଧ୍ୟ ନିଳମ୍ବନ କରାଯାଇଥିଲା। ତେବେ ମାଲକାନଗିରି ଜିଲ୍ଲାରେ ଚାଲିଥିବା ସମସ୍ତ ସମନ୍ଵିତ ଶିଶୁ ବିକାଶ କେନ୍ଦ୍ରରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ପୂର୍ବରୁ ସୂଚନା ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରୁନାହାନ୍ତି କାହିଁକି ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe