ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା ଘଟଣା: ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ 

Advertisment
ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା ଘଟଣା: ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ 

ପଡିଆ: ମାଲକାନାଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ମାରଡିମେଟଲା ଗ୍ରାମରେ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ କରି ହତ୍ୟା କରାଯିବା ଘଟଣା ଗତକାଲି ଚର୍ଚ୍ଚାର ବିଷୟ ପାଲଟି ଥିଲା। ଏ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପଡିଆ ପୁଲିସ ଗତକାଲି ଶବ ଜବତ କରି ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକାଧିକ ସ୍ଥାନରେ ଚଢାଉ କରି ଦୁଇ ଆସାମୀ ଆଡମା କାବାସୀ ଓ ମୁକା କାବାସୀଙ୍କୁ ଗିରଫ କରିଥିଲା। ଏଥିସହ ଆଜି ଡାକ୍ତରୀ ପରୀକ୍ଷା କରାଇବା ସହ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

ସୂଚନା ମୁତାବକ ଆସାମୀ ଆଡମା କାବାସୀ ନିଜ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସେହି ଗ୍ରାମର ଇର୍ମା କବାସୀଙ୍କୁ ଦୀର୍ଘଦିନ ଧରି ସତର୍କ କରାଇ ଆସୁଥିଲା। ତେବେ ଗତ ଗୁରୁବାର ଦିନ ଗ୍ରାମରେ ଭୋଜିଭାତ ଚାଲିଥିବା ବେଳେ ଆଡମା ନିଜ ସମ୍ପର୍କୀୟ ଭାଇ ମୁକା ସହ ମିଶି ଇର୍ମାକୁ ନିଜ ଘରକୁ ଡାକିଥିଲା। ସେଠାରେ ପୂର୍ବ ଯୋଜନା ମୁତାବକ ଉଭୟ ଇର୍ମା ସହ ପାଟିତୁଣ୍ଡ କରିବା ସହ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ ବୋଲି ଦୁଇ ଆସାମୀ ପୁଲିସ ଆଗରେ ସ୍ୱୀକାର କରିଥିବା ପଡିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି। ଏ ନେଇ ପଡିଆ ଥାନାରେ କେସ୍ ନଂ ୦୬/୨୧ ମାମଲା ରୁଜୁ କରାଯାଇ ଭାରତୀୟ ଦଣ୍ଡ ବିଧାନ ଆଇନ ର ଦଫା ୩୦୨/୩୪ ଧାରାରେ ଉଭୟଙ୍କୁ ହତ୍ୟା ମାମଲାରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe