ଛତିଶଗଡରେ ବୋଲେରୋ ଦୁର୍ଘଟଣା: ଉମରକୋଟ ବ୍ଲକ୍‌ର ୨ମୃତ, ୮ ଜଣ ଆହତ

ଛତିଶଗଡରେ ବୋଲେରୋ ଦୁର୍ଘଟଣା: ଉମରକୋଟ ବ୍ଲକ୍‌ର ୨ମୃତ, ୮ ଜଣ ଆହତ

ଉମରକୋଟ: ଛତିଶଗଡ଼ର ମେନପୁର ନିକଟ ଧବଲପୁରରେ ଅନ୍ୟ ଏକ ଗାଡ଼ିକୁ ସାଇଡ ଦେବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବୋଲେରୋ। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ନିରଞ୍ଜନ ପାତ୍ର ଓ ଚରଣ ଗୌଡ଼। ଗୁରୁତରମାନଙ୍କୁ ଛତିଶଗଡ଼ର ମେନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

publive-image

ସଡ଼କ ସୁରକ୍ଷା ମାସ ଚାଲିଥିବା ବେଳେ  ୧୩୦ ନମ୍ବର ଜାତୀୟ ରାଜପଥର ଧବଲପୁର ନିକଟରେ ଦ୍ରୁତ ଗତିରେ ଯାଉଥିବା ବୋଲେରୋ (ସିଜି ୦୫ୟୁ-୧୨୮୫) ଅନ୍ୟ ଏକ ଗାଡିକୁ ସାଇଡ ଦେବା ସମୟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ବୋଲେରୋର ଟାୟାର ଫାଟି ଯାଇଥିଲା ଏବଂ ରାସ୍ତା ଉପରେ ପାଞ୍ଚ ପାଲଟି ମାରିଥିଲା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ୮ ଜଣ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଦୁର୍ଘଟଣାଗ୍ରସ୍ତ ବୋଲେରୋରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ତୋହର ଓ ବେହେଡ଼ା ପଞ୍ଚାୟତର ଲୋକ ରହିଥିଲେ। ଗାଡିରେ ମୋଟ ୧୦ ଜଣ ଥିଲେ। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନେ ହେଲେ ପଦମଝରି ଗାଁର ଡ୍ରାଇଭର ନିରଞ୍ଜନ ପାତ୍ରଓ  ଅନ୍ୟ ଜଣେ କେରିପଦର ଗାଁର ଚରଣ ଗୌଡ଼ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe