ଜୟପୁର ବିମାନବନ୍ଦରର କାମ ଶେଷ, ତଦାରଖ କଲେ ୨ ମୁଖ୍ୟଯନ୍ତ୍ରୀ

Advertisment
ଜୟପୁର ବିମାନବନ୍ଦରର କାମ ଶେଷ, ତଦାରଖ କଲେ ୨ ମୁଖ୍ୟଯନ୍ତ୍ରୀ

Sambad

ଜୟପୁର: ଡିଜିସିଏ ଟିମ ଜୟପୁର ବିମାନବନ୍ଦରକୁ ଗତ ଅଗଷ୍ଟ ମାସରେ ଗସ୍ତ କରି ୬୫ଟି ଛୋଟ ବଡ଼ ସମସ୍ୟା ଚିହ୍ନଟ କରି ତୁରନ୍ତ ଏହାର ସମାଧାନ କଲେ ପୁନଃ ଯାଞ୍ଚ କରି ଲାଇସେନ୍ସ ଦେବାକୁ କହିଥିଲେ। ଏହାରି ମଧ୍ୟରେ ଡିଜିସିଏ ଚିହ୍ନଟ କରିଥିବା ସମସ୍ତ କାମର ସମାଧାନ କରିଛି ଜୟପୁର ପୂର୍ତ୍ତ ବିଭାଗ। ଏନେଇ ଡିଜିସିଏ ଓ ରାଜ୍ୟସରକାରଙ୍କୁ ବି ଅବଗତ କରିଛି। ଗତ ତିନିଦିନ ତଳେ ଏସବୁ କାମର ପୁଙ୍ଖାନୁପୁଙ୍ଖ ଜିଲ୍ଲାପାଳ ମହମ୍ମଦ ଆବଦଲ ଆଖତର ଯାଞ୍ଚ କରିଥିଲେ। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବି ଉପସ୍ଥିତ ଥିଲେ। ଏହାର ରିପୋର୍ଟଗୁଡିକ ପାଇବା ପରେ ଆଜି ପୂର୍ତ୍ତବିଭାଗର ରାଜ୍ୟ ମୁଖ୍ୟ ଯନ୍ତ୍ରୀ ସିଭିଲ ଇଂ. ମନୋରଞ୍ଜନ ମିଶ୍ର ଓ ରାଜ୍ୟ ମୁଖ୍ୟ ଯନ୍ତ୍ରୀ ଡିଜାଇନ, ପ୍ଲାନିଂ ଏଣ୍ଡ ଇନିଭିଷ୍ଟିଗେସନ୍ ଇଂ. ତାରାପ୍ରସାଦ ମିଶ୍ର ଏସବୁ କାମର ପୁନଃ ଯାଞ୍ଚ କରିଥିଲେ।

ଉଭୟ ଏ ନେଇ ଡିଜିସିଏକୁ ବି ଅବଗତ କରିବେ ବୋଲି ସୂଚନା ମିଳିଛି। ଉଭୟ ବିମାନବନ୍ଦରରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ନିର୍ମାଣାଧୀନ ୭ମହଲା କୋଠା କାମର ତଦାଖ କରିଥିଲେ। ଯାଞ୍ଚ ବେଳେ ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଭାସ୍କରଚନ୍ଦ୍ର ସାମନ୍ତରାୟ ଓ ବିଭାଗୀୟ ଯନ୍ତ୍ରୀ ଆଦି ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe