ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗୁରୁତର, ୨ ବଳଦ ମୃତ 

Advertisment
ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ଦେବଗଡ଼: ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଟି ବଳଦଙ୍କ ମୃତ୍ୟୁ ଘଟିଥିବା ‌ବେଳେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଥ‌ାନା ଅନ୍ତର୍ଗତ ତାଳକୁଣ୍ଡି ପଞ୍ଚାୟତ ଟିକିଲିଝରଣ ଗ୍ରାମର ଭକ୍ତ ମୁଣ୍ଡା(୪୭) ମଙ୍ଗଳବାର ନିକଟସ୍ଥ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିଲେ। ସଂଧ୍ୟାରେ ଘରକୁ ଫେରୁଥିବାବେଳେ ଶିକାରୀମାନେ ବାଟରେ ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ। ସେ ଜାଣି ନପାରି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ଏହା ସହିତ ଘଟଣାସ୍ଥଳରେ ହିଁ ୨ଟି ବଳଦଙ୍କ ମୃତ୍ୟୁ ଘଟିଥଲା। ବୁଧବାର ସକାଳେ ଭକ୍ତଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍‌ସ ଯୋଗେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଖବରପାଇ କଂସର ଫରେଷ୍ଟର ସୁବାସ ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଜିଲ୍ଲାରେ କିଛି ଦିନ ହେଲା ଜନ୍ତୁ ଶିକାର ପାଇଁ ଶିକାରୀମାନେ ବିଦ୍ୟୁତ୍‌ ତାର ବିଛାଉଥିବା‌ବେଳେ ଏଥିପ୍ରତି ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe