ଭତ୍ତାରୁ ବଞ୍ଚିତ ଦୁଇ ହିତାଧିକାରୀ ବିତାଇ ଓ ଡମୁଣି

Advertisment
ଭତ୍ତାରୁ ବଞ୍ଚିତ ଦୁଇ ହିତାଧିକାରୀ ବିତାଇ ଓ ଡମୁଣି

Sambad

ଜୟପୁର: ବହୁ ଯୋଗ୍ୟ ହିତାଧିକାରୀ ଆବେଦନ କରି ବାରମ୍ବାର ପଞ୍ଚାୟତ, ବ୍ଲକ ଓ ଶେଷକୁ ଉପଜିଲ୍ଲାପାଳଙ୍କ ନିକଟକୁ ଦୌଡି ନୟାନ୍ତ ହେବା ପରେ ବି ଭତ୍ତା କିମ୍ବା ସରକାରୀ ଯୋଜନାର ସୁଫଳ ପାଇ ପାରୁ ନାହାନ୍ତି। ସ୍ବଳ୍ପ ଭତ୍ତା ପାଇଁ ଅପେକ୍ଷା କରି କରି ଏହାରି ମଧ୍ୟରେ ବହୁ ଗରିବ ଯୋଗ୍ୟ ହିତାଧିକାରୀ ଆରପାରିକୁ ବି ଚାଳି ଯାଇଛନ୍ତି। ଭତ୍ତା ପାଇଁ ଦୀର୍ଘଦିନ ହେବ ଆବେଦନ କରି ଅପେକ୍ଷା କରି ରହିଛନ୍ତି ବୋରିଗୁମ୍ମା ବ୍ଲକର ରଣସପୁର ପଞ୍ଚାୟତର ଦୁର୍ଗମ ସରଗିପଦର ଗାଁର ବିତାଇ ଭାତପାଇ ଓ ଡମୁଣି ମୁଦୁଲି। ବୋରିଗୁମ୍ମା ବ୍ଲକର ରଣସପୁର ପଞ୍ଚାୟତର ଦୁର୍ଗମ ସରଗିପଦର ଗାଁର ବିତାଇ ଭାଥପାଇଙ୍କ ସ୍ବାମୀ ତ୍ରିନାଥ ଭାତପାଇ ଗତ ୪ବର୍ଷ ତଳେ ଅଚାନକ ଭାବେ ଗୁରୁତର ହୋଇ ମରି ଯାଇଥିଲେ। ସେଭଳି ଡମୁଣି ମୁଦିଲି(୩୬)ଙ୍କ ସ୍ବାମୀ ଡମୁ ମୁଦୁଲିବି ଗତ ୫୪ବର୍ଷ ତଳେ ଅଚାନକ ମୃତ୍ୟୁ ବରଣ କରିଥିଲେ।

ଏମାନଙ୍କ ମୃତ୍ୟୁ ପରେ ଏହି ଦୁଇ ମହିଳା ପରିବାର ଚଳାଇବା ଭାର ମୁଣ୍ଡରେ ପଡ଼ିଥିଲା। ଏହି ଦୁଇ ଜଣଙ୍କର ବଂଚିବା ପାଇଁ ସଂଘର୍ଷ ଆରମ୍ଭ ହେବା ସହ ଦୁଃଖର ପାହାଡ଼ ପଡ଼ିଛି। ସ୍ବାମୀ ମାନଙ୍କ ମୃତ୍ୟ ପରେ ଏମାନେ ଜାତୀୟ ପରିବାର ମଙ୍ଗଳ ଯୋଜନାରୁ ୨୦ହଜାର ଟଙ୍କା ଦେବା ପାଇଁ ଆବେଦନ କରିଥିଲେ। ଏବେ ପର୍ଯ୍ୟନ୍ତ ଉଭୟଙ୍କୁ ବି ଏହି ଟଙ୍କା ମିଳି ନାହିଁ। ଏହାସହ ଏମାନେ ବିଧବାଭତ୍ତା ପାଇଁ ଆବେଦନ କରିଥିଲେ ତାହା ବି ମିଳିନାହିଁ। ଉଭୟ ଉପଜିଲ୍ଲାପାଳଙ୍କୁ ଭେଟି ନିଜ ସମସ୍ୟା ଦୃଷ୍ଟି ଆକର୍ଷଣ କରିବାକୁ ଗତ କାଲି ଆସିଥିଲେ ହେଁ ଭେଟି ନ ପାରି ନିରାଶ ହୋଇ ପେରିଥିଲେ। ଉଭୟ ପାହାଡ ଉପରେ ଜାଳେଣୀ କାଠ, ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରିବା କିମ୍ବା ପାହାଡତଳକୁ ଚାଳି ଚାଳି ଆସି ଦିନ ମଜୁରିଆ ଭାବେ କାମ କରି ପ୍ରତିପୋଷଣ କରୁଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିକ ନଥିବା ଉଭୟ କହିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଅସହାୟ ବିଧବା ମହିଳାଙ୍କୁ ତୁରନ୍ତ ସମସ୍ତ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରି ମୁଣ୍ଡ ଗୁଜିଂବା ପାଇଁ ପକ୍କା ଘର, ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ସହ ଭତ୍ତା ପ୍ରଦାନ କରିବାକୁ ନିର୍ଦେଶ ରହିଛି। ମହିଳା ମାନେ ବିଧବା ହେବାର ୪ବର୍ଷ ପରେ ବି ଏ ସବୁ ଜନହୀତକାରୀ ଯୋଜନାରେ ସାମିଲ କରାନଯିବା ଏ ସବୁ ଯୋଜନାର ସଫଳ ରୁପାୟନ ପ୍ରତି ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe