Advertisment

ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୨ ଅଭିଯୁକ୍ତ ଗିରଫ

Advertisment
ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୨ ଅଭିଯୁକ୍ତ ଗିରଫ

ସୋର: ବାଲେଶ୍ୱର ଅବକାରୀ ବିଭାଗ ତରଫରୁ ନୀଳକଣ୍ଠପୁର ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀମଦ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାଲେଶ୍ୱର ଅବକାରୀ ଅଧିକ୍ଷକ ଶୁଶାନ୍ତ କୁମାର ପାଢ଼ୀଙ୍କ ନେତୃତ୍ବରେ, ଉପ ଅବକାରୀ ଅଧିକ୍ଷକ ସି. ଏଚ. ତିରୁପତି, ଜଳେଶ୍ୱର ସେଟଲାଇଟ ଇନ୍ସପେକ୍ଟର ଲକ୍ଷେ ସାଧବ ପ୍ରଧାନ, ସୋର ଅବକାରୀ ଅଧିକାରୀ ସନ୍ତୋଷ ସ୍ୱାଇଁ, ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ଆଇଆଇସି ଭକ୍ତ ଚରଣ ସ୍ୱାଇଁ, ନୀଳଗିରି ରେଞ୍ଜ ଆଇଆଇସି ଦୀପ୍ତିମୟୀ ସାହୁ, ସଦଳବଳେ ନୀଳକଣ୍ଠପୁର ଗ୍ରାମରେ ଚଢ଼ାଉ କରି ୪ ଶହ ଲିଟର ନକଲି ବିଦେଶୀମଦ, ୩୦ ଲିଟର ସ୍ପିରିଟ ଏବଂ ମଦ ପ୍ରସ୍ତୁତି ସାମଗ୍ରୀକୁ ଜବତ କରିବା ସହିତ ଅସୀମିଳା ଗ୍ରାମର ମଣ୍ଟୁ ମଲିକ ଏକ ନୀଳକଣ୍ଠପୁର ଗ୍ରାମର ସୁବାସ ନାୟକକୁ ଗିରଫ କରିଥିଲେ।

ଆଜି ମଧ୍ୟାହ୍ନରେ ଅବକାରୀ କମିଶନର ନରସିଂହ ଭୋଳ ସୋର ଆଦର୍ଶ ଅବକାରୀ ଥାନାରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଏହି ନକଲି ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ବିଦେଶୀ ମଦ ଦୋକାନକୁ ଚାଲାଣ କରାଯାଉଥିବା କହିଥିଲେ। ତେଣୁ ଏହି ଆଧାରରେ ଅନନ୍ତପୁର ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନକୁ ବିଭାଗ ତରଫରୁ ବନ୍ଧ କରାଯାଇ ଘଟଣାର ଅଧିକ ତଦନ୍ତ ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe