ସ୍ପଞ୍ଜ୍‌ ଆଇରନ୍‌ ବୋଝେଇ ଟ୍ରକ୍‌ରେ ମଦ ଚୋରାଚାଲାଣ: ଚାଳକ-ଖଲାସୀ ଗିରଫ, ୧ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ

ସ୍ପଞ୍ଜ୍‌ ଆଇରନ୍‌ ବୋଝେଇ ଟ୍ରକ୍‌ରେ ମଦ ଚୋରାଚାଲାଣ: ଚାଳକ-ଖଲାସୀ ଗିରଫ, ୧ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ

ରାଉରକେଲା: ସ୍ପଞ୍ଜ୍‌ ଆଇରନ୍‌ ବୋଝେଇ ଟ୍ରକ୍‌ରେ ବିଦେଶୀ ମଦ ଚୋରାଚାଲାଣ କରିବା ଚାଳକ ଓ ଖଲାସୀକୁ ମହଙ୍ଗା ପଡ଼ିଛି। ବ୍ରାହ୍ମଣୀତରଙ୍ଗ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ଗାଡ଼ି ଚାଳକ ରୋହିତ କୁମାର(୨୮) ଓ ଖଲାସୀ ରିତେଶ କୁମାର(୨୦)। ଅଭିଯୁକ୍ତମାନଙ୍କଠାରୁ ପ୍ରାୟ ୧ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ୩୧୨ଟି ବିଅର୍‌ କ୍ୟାନ୍‌, ୨୦ ବୋତଲ ବ୍ଲେଣ୍ଡର୍ସ‌୍ ପ୍ରାଇଡ୍‌ ଓ ୪୮ ବୋତଲ ରୟାଲ ଷ୍ଟାଗ୍‌ ମଦ ଜବତ ହୋଇଛି।

publive-image

ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟା। ସ୍ଥାନୀୟ କଳୁଙ୍ଗା ଶିଳ୍ପାଞ୍ଚଳରୁ ସ୍ପଞ୍ଜ୍‌ ଆଇରନ୍‌ ବୋଝେଇ ଟ୍ରକ୍‌(ବିଆର୍‌-୦୧-ଜିଏଫ୍‌-୯୬୮୩) ବିହାରକୁ ଯାଉଥିଲା। ଚାଳକର କ୍ୟାବିନ୍‌ ଓ ୟୁଟିଲିଟି ବକ୍ସ ଭିତରେ ଅଭିଯୁକ୍ତମାନେ ବିଦେଶୀ ମଦ ଲୁଚେଇ ଚୋରାଚାଲାଣ କରୁଥିଲେ। ଏନେଇ ବ୍ରାହ୍ମଣୀତରଙ୍ଗ ପୁଲିସ ଗୁପ୍ତ ସୂଚନା ପାଇଥିଲା। ଯୋଜନା ମୁତାବକ ଗାଡ଼ିକୁ ଥାନା ସମ୍ମୁଖରେ ଅଟକାଇ ଯାଞ୍ଚ କରାଯିବାରୁ ମଦ ଚୋରାଚାଲାଣ କରାଯାଉଥିବା ସ୍ପଷ୍ଟ ହୋଇଥିଲା। ବିହାରରେ ମଦ ବିକ୍ରି ବନ୍ଦ ଥିବାରୁ ଏମାନେ ସେଠାରେ ଚଢ଼ା ଦରରେ ବିକ୍ରି କରିବାକୁ ଚୋରାଚାଲାଣ କରୁଥିବା ପୁଲିସ ସୂଚନାରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe