Image Courtesy of India Today
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଦୁର୍ଗାଦେଇପୁର ଗ୍ରାମର ମାନସ ବେହେରା (୩୦)ଙ୍କ ଘର ସାମ୍ନାରେ ଥିବା ତାଙ୍କ ପିକ୍ଅପ୍ ଗାଡ଼ିରୁ ଦୁଇଟି ସାଉଣ୍ଡ ମେସିନ ଚୋରି ହେଇଥିଲା। ଏନେଇ ସେ ପାଟଣା ଥାନାରେ ଅଭିଯୋଗ କରିଥିଲେ। ପାଟଣା ଥାନା ପୁଲିସ କେସ୍ ନମ୍ବର ୧୬୯/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ତିନିଜଣକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ଦୁର୍ଗାଦେଇପୁର ଗ୍ରାମର ଚନ୍ଦ୍ର ବାରଡ଼ିଆ (୩୫), ବଡ଼ପାଟଣା ଗ୍ରାମର ରଞ୍ଜନ କାରୁଆ (୩୦), ଟାଇଁସିରା ଗ୍ରାମର ଡାକ୍ତର କାରୁଆ (୨୫)। ଚୋରି ହୋଇଥିବା ଦୁଇଟି ସାଉଣ୍ଡ ମେସିନ ଜବତ କରାଯାଇଥିବା ପାଟଣା ଥାନା ଅଧିକାରୀ ବିବତ୍ସ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।
Follow Us