ଲକ୍ଷାଧିକ ଟଙ୍କାର କାଠ ଜବତ, ୨ ଗିରଫ

ଲକ୍ଷାଧିକ ଟଙ୍କାର କାଠ ଜବତ, ୨ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର୍‌ରୋଡ୍‌ ବନ ବିଭାଗ ଚଢ଼ଉ କରି କଣ୍ଟାପଡ଼ା ଗାଁରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି। ବେଆଇନ କାଠ ଚାଲାଣ ଅଭିଯୋଗରେ ଛିନପାଣି ଗାଁର ବୋଙ୍ଗୋ ଶବର(୫୫) ଏବଂ ଦୁକାଲୁ ରାଉତ (୩୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ଗତ କିଛିଦିନ ହେବ ଛିନପାଣି ଗାଁର ବୋଙ୍ଗୋ ଓ ଦୁକାଲୁ ବେଆଇନ ଭାବେ ଗଛକାଟି କଣ୍ଟାପଡ଼ା ଗାଁକୁ କାଠଗଣ୍ଡି ଆଣିଥିଲେ। କଣ୍ଟାପଡ଼ା ଗାଁର ଶଙ୍କର ମାଝୀଙ୍କ ଘରେ କାଠଗଣ୍ଡିରୁ ପଟା କାଟୁଥିଲେ। ଖରିଆର୍‌ରୋଡ୍ ରେଞ୍ଜର ରଂଜିତ ସିଂ ବାବୁଙ୍କ ନେତୃତ୍ବରେ ଚଢ଼ଉ କରାଯାଇ ଲକ୍ଷାଧିକ ମୂଲ୍ୟର କାଠପଟା ଜବତ କରାଯାଇଥିଲା। ବୋଙ୍ଗା ଓ ଦୁକାଲୁଙ୍କୁ ବନ କର୍ମଚାରୀ ଗିରଫ କରିଥିଲେ। ତେବେ ଶଙ୍କର କୌଶଳକ୍ରମେ ଫେରାର୍‌ ମାରିଥିଲେ। ଜବତ କାଠର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ସୂତ୍ରରୁ ସୂଚନା ମିଳିଛି। ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ବନପାଳ ବିନୋଦ ବିହାରୀ ନାଏକ, ଜ୍ୟୋତ୍ସ୍ନାରାଣୀ ଛତର, ସନ୍ଧ୍ୟା ମାଝି, ଜିତାମିତ୍ର ଭୋଇ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe