Sambad
ଭଦ୍ରକ: କୋଲକାତାର ସାଇ କମ୍ପ୍ଲେକ୍ସରେ ହେବାକୁ ଯାଉଥିବା ଜାତୀୟ କନିଷ୍ଠ ନେଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଇ ୨୮ ତାରିଖରେ ସମାପ୍ତ ହେବ। ଏଥିରେ ଓଡ଼ିଶା ପୁରୁଷ ଓ ମହିଳା ନେଟବଲ ଦଳଭାଗ ନେବାକୁ କୋଲକାତା ଯାତ୍ରା କରିଛି। ଯାଇଥିବା ବାଳିକା ଦଳରେ ଭଦ୍ରକ ଜିଲ୍ଳାର ୨ଜଣ ଖେଳାଳୀ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶୂନ୍ୟସକ୍ତା ବାରିକ ଏବଂ ଦୀପ୍ତିମୟୀ ଦାସ। ଏହି ଦୁଇ ଖେଳାଳି ଭଦ୍ରକ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ।
ଏହି ଖେଳାଳୀଙ୍କ ସଫଳତା କାମନା କରି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମନୋଜ କୁମାର ସାହୁ, ଶିକ୍ଷୟତ୍ରୀ ପ୍ରଜ୍ଞା ବଳ, ପୂର୍ବତନ କ୍ରୀଡା ଶିକ୍ଷୟତ୍ରୀ ଯାମିନୀ ପରିଡ଼ା, ଭଦ୍ରକ ଜିଲ୍ଲା ନେଟବଲ ଆସୋସିଏସନ ସଭାପତି ତନ୍ମୟ ମହାନ୍ତି, କାର୍ଯ୍ୟକାରୀ ସଭାପତି ଗୋଲକ ନାୟକ, ଉପସଭାପତି ମନୋଜ କୁମାର ଦାସ, କୋଷାଧ୍ୟକ୍ଷ ବିଶ୍ଵାମିତ୍ର ବେହେରା, ସମ୍ପାଦକ ମନୋଜ ସାହୁ, ଯୁଗ୍ମ ସମ୍ପାଦକ ବି. ପୀତାମ୍ବର ରେଡ୍ଡି ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
Follow Us